ଭୁବନେଶ୍ୱର,୨୦/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- କଳିଙ୍ଗବିହାର ନିବାସୀ ଅବସରପ୍ରାପ୍ତ ସରକାରୀ ଅଧିକାରୀ ତଥା ପୁରୀ ଜିଲା ଡ଼େଲାଙ୍ଗ ଥାନା ବିଳାସପୁର ଅଂଚଳର ସରଧାପୁର ନିବାସୀ କାହ୍ନୁ ଚରଣ ଜେନା ଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ପରିବାର, ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ତାଙ୍କ ପୁତ୍ର ଦେବୀ ପ୍ରସାଦ ଜେନା ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗତ ଜେନା ଓଡ଼ିଶା ସଚିବାଳୟର ଘରୋଇ, ଶିକ୍ଷା, ସାଧାରଣ ପ୍ରଶାସନ,ନିର୍ବାଚନ ଆଦି ବିଭିନ୍ନ ବିଭାଗରେ ସେକସନ୍ ଅଫିସର ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ସେ ଜଣେ ମିଷ୍ଠ ଭାଷି, ମେଳାପି, ପରୋପକାରୀ ଓ ଅମାୟିକ ବ୍ୟକ୍ତି ଥିଲେ । ସେ ଓଡ଼ିଶା ସଚିବାଳୟର ଜଣେ ଅତ୍ୟନ୍ତ କର୍ମଠ ଓ ଦକ୍ଷ ଅଧିକାରୀ ଥିଲେ । ତାଙ୍କ ପରଲୋକ ଖବର ପାଇ ତାଙ୍କର ବହୁ ବନ୍ଧୁ, ପରିଜନ, ସହକର୍ମୀ ମାନେ ଶୋକ ପ୍ରକାଶ କରିଛନ୍ତି ।
