“ସୁଶାସନ ଏବଂ ବିକଶିତ ଓଡ଼ିଶା-୨୦୨୩୬ ଓ ୨୦୪୭” ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ଉଦଘାଟିତ

ଭୁବନେଶ୍ୱର,୧୦/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ “ସୁଶାସନ ଏବଂ ବିକଶିତ ଓଡ଼ିଶା-୨୦୨୩୬ ଓ ୨୦୪୭” ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କରକମଳରେ କନଭେନ୍ସନ ସେଣ୍ଟର ଠାରେ ଉଦଘାଟିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଯୋଗଦେଇଛନ୍ତି ।ସରକାରଙ୍କ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ବରିଷ୍ଠ ଅଧିକାରୀ, ବିଶେଷଜ୍ଞ ମଣ୍ଡଳୀ, ବିଦ୍ୱାନଗଣ ଯୋଗଦେଇଛନ୍ତି ।

Leave a Reply

Your email address will not be published. Required fields are marked *