କିଶନନଗର ର ଦୁଇ ମହିଳା ଅଧିକାରିଣୀ ଙ୍କ କାର୍ଯ୍ୟକ୍ରମ ପ୍ରଶଂସନୀୟ 

କଟକ ସଦର,୧୨/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ର ଦୁଇ ମହିଳା ଅଧିକାରିଣୀ ଅତିରିକ୍ତ ତହସିଲଦାର ସମୀକ୍ଷା ପାଣି ଓ‌ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କ କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସନୀୟ ହୋଇଥିବା ବେଳେ ଜନସାଧାରଣ ଉଚ୍ଚ ପ୍ରଶଂସା କରୁଛନ୍ତି। ତହସିଲଦାର ପ୍ରଶିକ୍ଷଣ ଛୁଟିରେ ଦୁଇମାସ ହେଲା ରହିଥିବା ବେଳେ ଅତିରିକ୍ତ ତହସିଲଦାର ସମୀକ୍ଷା ପାଣି ତାଙ୍କ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିପାରିଛନ୍ତି।

ସମୀକ୍ଷା ପାଣି

ବେଆଇନ ଇଟାଭାଟି, ବେଆଇନ ବାଲିଘାଟ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ବିଭିନ୍ନ କାର୍ଯ୍ୟକୁ ତତ୍କାଳ ସମ୍ପାଦନ କରି ପ୍ରଶଂସା ସାଉଁଟି ଛନ୍ତି। ଯାହା ଫଳରେ କେତେକ ଅଭ୍ୟାସ ଗତ କର୍ମଚାରୀ ମାନେ ତାଙ୍କ ଉପରେ ମନେ ମନେ ରକ୍ତ ଚାଉଳ ଚୋଵାଉଥିଵା ବେଳେ ଜନସାଧାରଣ ଙ୍କ ଠାରୁ କିନ୍ତୁ ଧନ୍ୟବାଦ ର ପାତ୍ର ହୋଇପାରିଛନ୍ତି। ସେହିପରି ଥାନା ଅଧିକାରିଣୀ ଭାବେ ଦୂର୍ଗେଶ ନନ୍ଦିନୀ କାର୍ଯ୍ୟ ଭାର‌ ଗ୍ରହଣ କରିବା ପରଠୁ ଥାନା ଅଞ୍ଚଳରେ ଅପରାଧି ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଦୂର୍ଗେଶ ନନ୍ଦିନୀ ମହାନ୍ତି

ଏଥିସହିତ ଚୋରା ନିଶା ବେପାରୀଙ୍କୁ ଗୋଡେଇ ଗୋଡେଇ ଧରିବା ଫଳରେ ନିଶା କାରବାର ଏକପ୍ରକାର ନିୟନ୍ତ୍ରଣ କୁ ଆସିଛି ବୋଲି ଜଣାପଡିଛି। ଯେଉଁଥିପାଇଁ ଜନସାଧାରଣ ନିଜକୁ ସୁରକ୍ଷିତ ମଣୁଛନ୍ତି। ମହିଷାସୁର ଭଳି ଅପରାଧି ମାନଙ୍କ ପାଇଁ ମହିଷା ମର୍ଦ୍ଦନୀ ଓ ସାଧାରଣ ଲୋକଙ୍କ ପାଇଁ ଦୂର୍ଗତିନାଶିନୀ‌ ଭାବେ ଦୂର୍ଗେଶ ନନ୍ଦିନୀ କାର୍ଯ୍ୟ କରୁଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଯେଉଁଥି ପାଇଁ କିଶନନଗର ଅଞ୍ଚଳର ଜନସାଧାରଣ ଏହି ଦୁଇ ଅଧିକାରିଣୀଙ୍କୁ ସବୁ ଦିନ ପାଇଁ ମନେ ରଖିଵେ‌ ବୋଲି ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *