ଘଟଗାଁ ୧୬/୧୦/୨୦୨୬ (ଓଡ଼ିଶା ସମାଚାର)- କାଳୀପୂଜା ଉପଲକ୍ଷେ ଘଟଗାଁ କାଳୀପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏସ ଡ଼ି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ପୂଜା ସାଜସଜ୍ଜା , ପୂଜାନୀତି , ପ୍ରସାଦ ବ୍ୟବସ୍ଥା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା । ଥାନାଧିକାରୀ ଶୁଭ୍ରାନ୍ତ କୁମାର ଜେନା ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ । ବୈଠକରେ ଏସ ଆଇ ପ୍ରଶାନ୍ତ କୁମାର ବେହେରା , ଏ ଏସ ଆଇ ବ୍ୟାସଦେବ ମିର୍ଧା , କୃଷ୍ଣଚନ୍ଦ୍ର ସେଠୀ,ସମାଜ ସେବୀ ଧରଣୀଧର ଖୁଣ୍ଟିଆ , ପରୀକ୍ଷିତ ସାହୁ , ଗଣେଶ୍ୱର ରାଉତ , ଜଗତା ନନ୍ଦ ସା ଏବଂ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ,ବରିଷ୍ଟ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।
ଘଟଗାଁ : କାଳୀପୂଜା ପ୍ରସ୍ତୁତି ବୈଠକ
