କଟକ ସଦର, ୦୨/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଚଳିତବର୍ଷ ୧୩ ରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ୫ ଦିନିଆ କଟକ ସଦର ରଜ ମହୋତ୍ସବ ପାଇଁ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଶେଷ ପ୍ରସ୍ତୁତି ବୈଠକ କିଶନନଗର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହାକୁ ଆକର୍ଷଣୀୟ ଓ କଳାଭିମୁଖି କରିବାକୁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିବା ବେଳେ ପ୍ରତି ସଂଧ୍ୟାରେ ଅନେକ ମନ୍ତ୍ରୀ ମାନେ ଯୋଗଦେବେ ବୋଲି ବିଧାୟକ କହିଥିଲେ। ସେହିପରି ଏଥିରେ ବହୁ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଆସନ୍ତା ବର୍ଷ ଠାରୁ ଓଡ଼ିଶା ର ଗଣପର୍ବ ରଜ ମହୋତ୍ସବ କୁ ସଂସ୍କୃତି ବିଭାଗ ପକ୍ଷରୁ କିଶନନଗର ଠାରେ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ବିଧାୟକ ପ୍ରକାଶ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରମା ପ୍ରସାଦ ବିଶ୍ୱାଳ,ସାଧୁ ଜେନା, ଉତ୍କଳ ବିକାଶ ପରିଷଦ ସଭାପତି ପ୍ରଭାତ କୁମାର ସେଠୀ, କାର୍ଯ୍ୟକାରୀ ସଭାପତି ବିମଳ ପଣ୍ଡା, କ୍ଷିତେନ୍ଦ୍ର ମିତ୍ର, ତ୍ରୈଲୋକ୍ୟ ନାଥ ଗୁଇଁ, ସମୀର ସେନାପତି, କ୍ଷିରୋଦ ସେଠୀ,ତାପସ ମଣ୍ଡଳ,ଵାପି ନନ୍ଦ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।