ଭବାନୀପାଟଣା, ୦୨/୦୬/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) : କଳାହାଣ୍ଡି ଜିଲା ଜୁନାଗଡ କଳା ବିକାଶ କେନ୍ଦ୍ରର ଆଉ ଏକ ଶାଖା ଅଭିନୟ ଫାଉଣ୍ଡଶେନ ଭବାନୀପାଟଣା ସ୍ଥିତ ଶକ୍ତି ନଗର ପଡା ଠାରେ ଉଦ୍ଘାଟିତ ହୋଇଯାଇଛି।
ଏହି ଫାଉଣ୍ଡେଶନ ପଶ୍ଚିମ ଓଡିଶାରେ ଶାସ୍ତ୍ରୀୟ ନୃତ୍ୟ(ଓଡିଶୀ) ଓ ଚିତ୍ରକଳାର ବିକାଶ ପାଇଁ କାମ କରିବ ବୋଲି ଲକ୍ଷ୍ୟ ରଖିଛି । ଫାଉଣ୍ଡେଶନର ନିର୍ଦ୍ଦେଶକ ପ୍ରିୟଙ୍କା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରତିଭା ଅନୁଷ୍ଠାନର ସଭାପତି ତଥା ଗୁରୁ ଧ୍ୟାନାନନ୍ଦ ପଣ୍ଡା,ସମ୍ମାନୀତ ଅତିଥି ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଚିଷ୍ଣୁ ପ୍ରସାଦ ଶ୍ଚିମ ନାଏକ,ବରିଷ୍ଠ ଖବରଦାତା ଦେବେନ୍ଦ୍ର ବିଶି,ଓଡିଶୀ ପ୍ରଶିକ୍ଷକ ସତ୍ୟବାନ ପ୍ରଧାନୀ, କଳାହାଣ୍ଡି ଆର୍ଟ ଫାଉଣ୍ଡେଶନ ର ପ୍ରତିଷ୍ଠାତା ମୁକୁନ୍ଦ କୁମାର ରେନ୍ଥି,ଜୁନାଗଡ କଳାବିକାଶ କେନ୍ଦ୍ରର ନିର୍ଦ୍ଦେଶକ ମାନସ ରଞ୍ଜନ ସେଠି,ଲମୋଦର ସାହୁ ପ୍ରମୁଖ ଯୋଗଦେଇଥିଲେ। ସଭାକୁ ଅମ୍ଳାନ କୁମାର ସାହୁ ପରିଚାଳନା କରିଥିଲେ ।
