ତିନି ଦିନ ଧରି ଦୁଲୁକିବ ମାଁ ଲଙ୍କେଶ୍ୱରୀ ମଞ୍ଚ
କଳାହାଣ୍ଡି ଉତ୍ସବ ଲୋକକଳା, ଲୋକ ସଂସ୍କୃତି, ଲୋକ ସଂଗୀତର ବାର୍ତା ବହନ କରେ
ଜୁନାଗଡ ,୦୬/୦୧/୨୦୨ ୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଆଜିଠାରୁ ଜୁନାଗଡ଼ର ହାଇସ୍କୁଲ ଖେଳ ପଡିଆ ସ୍ଥିତ ମାଁ ଲଙ୍କେଶ୍ୱରୀ ମଞ୍ଚରେ ଜୁନାଗଡ଼ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହେଉଛି । ୬, ୭ ଓ ୮ ତିନିଦିନ ଧରି ଲୋକକଳା, ଲୋକ ସଂସ୍କୃତି, ଲୋକ ସଂଗୀତରେ ଦୁଲୁକିବ ମାଁ ଲଙ୍କେଶ୍ୱରୀ ମଞ୍ଚ । ଆଜି ୧୦ ଟା ସମୟରେ ଉତ୍ସବ କମିଟି ପକ୍ଷରୁ ପ୍ରଥମେ ମାଁ ଲଙ୍କେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଗଲା । ପରେ ଏକ ମଶାଲ ଶୋଭାଯାତ୍ରା ବ୍ଲକ ସ୍ଥିତ ତ୍ରିନାଥ ମନ୍ଦିର ରୁ ବାହାରି ପୂଜାର୍ଚ୍ଚନା ପରେ ଏକ ବିରାଟ ସଂସ୍କୃତିକ ମଶାଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ହାଇସ୍କୁଲ ଖେଳ ପଡିଆ ସ୍ଥିତ ମାଁ ଲଙ୍କେଶ୍ୱରି ମଞ୍ଚକୁ ଆସିଥିଲେ । ପରେ ଅତିଥି ମାନଙ୍କ ଦ୍ୱାରା ବିଧିବଦ୍ଧ ଭାବେ ମଞ୍ଚ ଉଦଘାଟନ ହେବା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦର୍ଶକ ମାନଙ୍କ ପାଇଁ ବିଭିନ୍ନ ଖାଦ୍ୟ ଷ୍ଟଲ ଲାଗିଥିବା ବେଳେ ମିନା ବଜାର ମଧ୍ୟ ଆସିଛି । ୨ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଅଗ୍ନିଶମ ବିଭାଗ ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି ।