ଯାଜପୁର,୩୦/୦୫/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ରଥଯାତ୍ରା ର ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ତହସିଲଦାର ତଥା ଯାଜପୁର ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ରବିନ୍ଦ୍ର ପାଢ଼ୀ, ଯାଜପୁର ଟାଉନ୍ ଥାନା ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ପାତ୍ର, ଅତିରିକ୍ତ ତହସିଲଦାର ଶ୍ରୀ ଅଜୟ କୁମାର ପଣ୍ଡା, ତହସିଲ ବଡ଼ବାବୁ ଅକ୍ଷୟ କୁମାର ଦାସ,ଡିଆଇପିଆରଓ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଯାଜପୁର ସହର ରେ ଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା କିପରି ସୁରକ୍ଷିତ ଓ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରାଯିବ,ସେ ପରିପ୍ରେକ୍ଷୀରେ ଏକ ସର୍ବ ମଣ୍ଡଳୀ ବୈଠକ ପ୍ରସ୍ତୁତି ହୋଇଛି ।
ଏଥିରେ ଯାଜପୁର ର ସମସ୍ତ ଜନସାଧାରଣ, ବିଭିନ୍ନ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା ଓ ବୃଦ୍ଧିଜୀବ ମାନେ ଯୋଗଦେଇଥିଲେ। ଯାଜପୁର ସହର ରେ ରଥଯାତ୍ରାର ( ଗୁଣ୍ଡିଚା) ପରଦିନ ରଥଟଣା ହୋଇଥିବା ବେଳେ, ବାହୁଡା଼ ବିଜେ ଯାତ୍ରା ମଧ୍ୟ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମହାଆଡମ୍ବରରେ ପାଳିତ ହେବ ବୋଲି ଟ୍ରଷ୍ଟ ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ରବିନ୍ଦ୍ର ପାଢ଼ୀ କହିଛନ୍ତି। ଘୋଷଯାତ୍ରା ସମୟରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆହୋଜନ କରାଯାଇଛି। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ସହର ର ବିଭିନ୍ନ ସଂଗଠନର ପ୍ରତିନିଧି ଯଥା, ବରିଷ୍ଠ ସାମ୍ବାଦିକ ତରୁଣ ନନ୍ଦ, ଶୁଭେନ୍ଦୁ ଚାଟାର୍ଜୀ,ପୂର୍ବତନ ଚେୟାରମେନ ଭାବପ୍ରକାଶ ଦାସ,ଭାଇସ୍ ଚେୟାରମେନ ସନ୍ତୋଷ କୁମାର ମଲ୍ଲିକ ଯୋଗଦାନ କରିଥିଲେ।
