ପ୍ରେସ୍ କାଉନସିଲ ନାମ ବ୍ୟବହାର ଉପରେ ନିଷେଧାଦେଶ

ଯାଜପୁର ୩୦ /୦୫/୨୦୨୫ (ଓଡ଼ିଶା ସମାଚାର)-‘ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ବୈଧାନିକ ସଂସ୍ଥା ହୋଇଥିବାରୁ କୌଣସି ଗଣମାଧ୍ୟମ ସଂସ୍ଥା ‘ପ୍ରେସ କାଉନସିଲ’ ନାମ ବ୍ୟବହାର କରିବା ଉପରେ ନିଷେଧାଦେଶ ରହିଛି । ଜିଲ୍ଲାରେ କୌଣସି ଗଣମାଧ୍ୟମ ସଂସ୍ଥା କିମ୍ବା ସରକାରୀ ସଂଘ ନିଜ ସଂସ୍ଥାର ନାମ ପଞ୍ଜିକରଣ ସମୟରେ ପ୍ରେସ କାଉନସିଲ ଶଦ୍ଦ ବ୍ୟବହାର ନ କରିବାକୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ  ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

କେନ୍ଦ୍ର ସରକାରଙ୍କ ଅନୁମତି ବିନା କୌଣସି ସଂସ୍ଥା ପ୍ରେସ୍ କାଉନସିଲ ନାମ ବ୍ୟବହାର କଲେ ଏହା ଆଇନ୍ ଅନୁଯାୟୀ ଗ୍ରହଣୀୟ ନୁହେଁ । ତେଣୁ ଜିଲ୍ଲାର କୌଣସି ସରକାରୀ ସଂଘ ବା ଗଣମାଧ୍ୟମ ସଂସ୍ଥା ନିଜ ନାମରେ ପ୍ରେସ କାଉନସିଲ ବ୍ୟବହାର  ନ କରିବାକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *