କଟକ ସଦର,୦୩/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ସନ୍ନିକଟ କେଶରୀନଗ୍ର ରାଜ ଉଆସ ପରିସରରେ ଅନନ୍ତ ଗାଦି ଠାରେ ବୈଶାଖ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ରାତି ସାରା ମହାନ ନିତ୍ୟ ରାହାସ ମହୋତ୍ସବ ଗହଣ ଦଳ ଷୋଳ ମଣ୍ଡଳ ପକ୍ଷରୁ ମହାସମାରୋହରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଷୋଳ ମଣ୍ଡଳରୁ ଆସିଥିବା ଶହଶ୍ରାଧିକ ଭକ୍ତମାନେ ଧର୍ମ ସଂସ୍ଥାପନ,ଦୁଷ୍କୃତ ନାଶନ ଓ ଜୀବ ପରିତ୍ରାଣ କାମନା କରି ବନ୍ଦାପନା କରିଥିବା ବେଳେ ସମଗ୍ର ପରିବେଶ ଭାବମୟ ହୋଇ ଉଠିଥିଲା। ଗହଣ ଦଳର ପ୍ରାଣ ପ୍ରତିଷ୍ଠାତା ରାଜା ନରସିଂହ ଦେବ ରାସ ମଣ୍ଡପକୁ ବିଜେ କରି ଭକ୍ତ ମାନଙ୍କୁ ଧର୍ମରେ ଧାରଣା ରଖିବାକୁ କହିଥିଲେ।
ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଓଡ଼ିଶା ମାନବାଧିକାର କମିଶନର ପୂର୍ବତନ ସଦସ୍ୟ ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇ ଆଶିର୍ଵାଦ ଭିକ୍ଷା କରିଥିଲେ। ପରିଚାଳନାରେ ଯୁବରାଜ ଶୁଭାଶିଷ ଦେଵ ଓ ଯୁବରାଜ ଆଶୁତୋଷ ଦେଵ ପ୍ରମୁଖ ସହାୟତା କରିଥିଲେ।
