ଜୁନ ୩ ଓ ୪ ରେ ଉତ୍କର୍ଷ ନିମାପଡ଼ା ୨୦୨୫।

ନିମାପଡ଼ା ୨୭/୦୫/୨୦୨୫ (ଓଡ଼ିଶା ସମାଚାର)-  ଆସନ୍ତା ଜୁନ ୩ ଓ ୪ ତାରିଖରେ  ନିମାପଡ଼ା ଇନଡୋର ଷ୍ଟାଡିୟମ ସ୍ଥିତ ନୂଆ ବାରବାଟି ଷ୍ଟାଡିୟମରେ ୨ ଦିନ ଧରି ଉତ୍କର୍ଷ ନିମାପଡ଼ା ୨୦୨୫ ସମ୍ମିଳନୀ  ଅନୁଷ୍ଠିତ ହେବ ।  ଆଜି ଅପରାହ୍ନରେ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରକାଶ କରିଛନ୍ତି।

ପ୍ରଥମ ଥର ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉତ୍କର୍ଷ ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ଏହି ସମ୍ମିଳନୀରେ ବିଧାୟକ ଯୋଗଦେଇ ବିଗତ ଏକବର୍ଷରେ କଣ ସବୁ ବିକାଶ ମୁଳକ କାର୍ଯ୍ୟକ୍ରମ କରିଛନ୍ତି ସେ ସବୁର ହିସାବ  ଦେବା ସହିତ ଆଗାମୀ ବର୍ଷରେ ଆଉ ସବୁ କଣ କରିବାକୁ ଲକ୍ଷ ରଖିଛନ୍ତି ସେ ସମ୍ପର୍କିୟ ବିକାଶର ନକ୍ସା ମଧ୍ୟ ଉପସ୍ଥାପନ କରିବେ। ତଦନୁଯାୟୀ ନିମାପଡ଼ାରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ରିପୋର୍ଟ ଉପସ୍ଥାପିତ କରିବେ। ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ (୨୦୩୬) ସୁଦ୍ଧା ବିକଶିତ ଓଡିଶାର ସ୍ବପ୍ନ  କୁ ସାକାର କରିବା ପାଇଁ ଆମ ସରକାର ବଦ୍ଧପରିକର।

ଓଡ଼ିଶାକୁ ଏକ ସମୃଦ୍ଧ ଓ ସିଳ୍ପୋର୍ଣ୍ଣତ ରାଜ୍ୟ ଭାବେ ଗଢି ତୋଳିବାକୁ ଡବଲ ଇଞ୍ଜିନ ସରକାର ପ୍ରୟାସ ଜାରିରଖିଛି। କିନ୍ତୁ ପ୍ରତି ଗାଁ ପ୍ରତି ସହର ପ୍ରତି ନିର୍ବାଚନମଣ୍ଡଳୀ ବିକଶିତ ହେଲେ ହିଁ ବିକଶିତ ଓଡିଶା ସମ୍ଭବ ହେବ। ବିଶେଷକରି ଏହି  ୨ ଦିନିଆ ସମ୍ମିଳନୀରେ ଉତ୍କର୍ଷ ଗ୍ରାମ,ସୁସ୍ଥ ନିମାପଡ଼ା, ମହିଳା ଓ କୃଷକ ସଶକ୍ତିକରଣ, ପର୍ଯଟନ, ଶିଳ୍ପ ଅଭିବୃଦ୍ଧି,ଅପରାଧ ମୁକ୍ତ ନିମାପଡ଼ା ଆଦି ୧୧ଟି ବିଷୟ ଉପରେ ଆଲୋକପାତ କରିବା ସହିତ ଏଥିରେ ରାଜ୍ୟର ଉଚ୍ଚ ପଦାଧିକାରୀ ଓ ଅଭିଜ୍ଞ ମାନେ ଯୋଗଦେଇ  ମତାମତ ପ୍ରଦାନ କରିବେ। ସୁଭଦ୍ରା ମେଳା ମଧ୍ୟ ଅନୁଷ୍ଠିତ ହେବ। ଏହା ବ୍ୟତୀତ ଆଲୋଚନା ଚକ୍ର ଓ ସାଂସ୍କୃତିକ ପ୍ରତିଯୋଗିତାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗ ନେବେ। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କୁମ୍ଭମପତି ଉଦଘାଟନ କରିବେ ବୋଲି ଶ୍ରୀମତୀ ପରିଡା କହିଛନ୍ତି।

Leave a Reply

Your email address will not be published. Required fields are marked *