ଭୁବନେଶ୍ୱର,୩୧/୦୫/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-୨ ତାରିଖ ଠାରୁ ବିଭାଗ ୱାରୀ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୨ବର୍ଷ ମଧ୍ୟରେ ଆମ ବିଭାଗ ବହୁତ କାମ କରିଛି । ପୂର୍ବରୁ ମେଟାଲ ସେକ୍ଟରରେ ଅଧିକ ପୁଞ୍ଜି ନିବେଶ ଆସୁଥିବା ବେଳେ ଏବେ ଅକ୍ଷୟ ଶକ୍ତି,ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ସେମି କଣ୍ଡକ୍ଟର କ୍ଷେତ୍ରରେ ଅଧିକ ପୁଞ୍ଜି ଆସୁଛି । ପୁଞ୍ଜି ନିବେଶ ଠାରୁ ଗ୍ରାଉଣ୍ଡିଙ୍ଗ ଯାଏଁ ବିଭାଗ ମନିଟରିଂକରୁଛି । ସଫଳତା ଅନେକ ମିଳୁଛି । ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଆ ପିଲାଙ୍କୁ ବିଶ୍ୱ ସ୍ତରରେ ସଫଳତା ମିଳୁଛି । ସମସ୍ତ ଆଇଟିଆଇ କେନ୍ଦ୍ରଗୁଡିକ ସଶକ୍ତ କରାଯାଇଛି । ୨ ତାରିଖ ଠାରୁ ମୁଖ୍ୟମନ୍ତ୍ରୀ ବିଭାଗ ୱାରୀ ସମୀକ୍ଷା କରିବେ ।
ଆମେ ଆମର ରିପୋର୍ଟ ପ୍ରସ୍ତୁତ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଜୁନ୍ ୧୨ରେ ମୋହନ ସରକାରକୁ ୨ ବର୍ଷ ପୂର୍ତିିର୍ ହେବାକୁ ଯାଉଥିବାରୁ ବିଭାଗ ୱାରୀ ସମୀକ୍ଷା ଦ୍ୱାରା ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା ଜଣାପଡ଼ିବ ବୋଲି କୁହାଯାଇଛି ।
