ପୁରୀ/ ଭୁବନେଶ୍ୱର ୨୪/୧୦ ବାତ୍ୟା ଦାନା ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର ବର୍ତ୍ତମାନ ସୁଦ୍ଧା ୧୬୨ ବାତ୍ୟା ଆଶ୍ରୟ ସ୍ଥଳରେ ୭୨୨୬ ଜଣ ଙ୍କୁ ରଖାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଗଣମାଧ୍ୟମ କୁ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ବାତ୍ୟା ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି କହିଥିଲେ। ଉଦ୍ଧାର କରାଯାଇ ଥିବା ସମସ୍ତଙ୍କୁ ଶୁଖିଲା ଖାଦ୍ୟ ସହ ୧୬୨ ସ୍ଥାନରେ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଶ୍ରୟ ନେଇଥିବା ଲୋକ ଙ୍କୁ ଶୁଖିଲା ଖାଦ୍ୟ ଭାବେ ୧୫.୫ କ୍ୟୁଣ୍ଟାଲ ଚୁଡା ଓ ୧.୬ କ୍ୟୁଣ୍ଟାଲ ଗୁଡ ବଣ୍ଟନ ହୋଇଛି।ଜିଲ୍ଲା ର ୧୧ ବ୍ଲକର ୫୯ ପଞ୍ଚାୟତ ର ୧୯୦ ଟି ଗ୍ରାମ ଓ ୪ଟି ସହରାଞ୍ଚଳର ୨୯ ୱ୍ବାର୍ଡ ର ଲୋକେ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ପୁରୀ ଜିଲ୍ଲା ଅରେଞ ରୁ ରେଡ ଯୋନକୁ ଥିବା ରୁ ଲୋକ ମାନେ ଆଶ୍ରୟ ସ୍ଥଳକୁ ଆସିବାକୁ ଲାଗିଛନ୍ତି।
ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ଵ ଦିଆଯାଇଛି।ସେମାନେ ସେଠାରେ ଉଦ୍ଧାର ଥଇଥାନ ଓ ରିଲିଫ କାର୍ଯ୍ୟ ର ତଦାରଖ କରୁଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାତ୍ୟା ର ସଫଳ ମୁକାବିଲା ପାଇଁ ଆଜି ସମୀକ୍ଷା କରିବା ସହ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳ ଗସ୍ତ କରି ଅଧିକାରୀ ମାନଙ୍କୁ ଉପଯୁକ୍ତ ପରାମର୍ଶ ମଧ୍ୟ ଦେଇଛନ୍ତି।ଜିଲ୍ଲା ପାଇଁ ନିଯୁକ୍ତ ବରିଷ୍ଠ ଅଧିକାରୀ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନ କୁ ଗସ୍ତ କରି କାର୍ଯ୍ୟ ରେ ସହଯୋଗ ଓ ପରାମର୍ଶ ଦେଉଛନ୍ତି। ଜିଲ୍ଲାରେ ଚଳିତ ମାସ ୨୧ ରୁ ୨୮ ତାରିଖ ମଧ୍ୟରେ ପ୍ରସବ ଦେବାକୁ ଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪୦୪ ଜଣ ଶିଶୁ ମାନଙ୍କୁ ପ୍ରସବ ଦେଇ ସାରିଥିବା ବେବେ ୭୪ ଜଣ ଙ୍କୁ ଚିକିତ୍ସାଳୟରେ ରଖାଯାଇଛି ଓ ପକ୍କା ଘର ଥିବା ରୁ ୩୧ ଜଣ ପ୍ରସବ ସମୟ ଆସିବା ପର୍ଯ୍ୟନ୍ତ ସେମାନଙ୍କ ଘରେ ରହିଛନ୍ତି। ଜିଲ୍ଲା ରେ ୧୪ ଟି ମେଡ଼ିକାଲ ଟିମ,୧୬ ଟି ପ୍ରାଣୀ ଚିକିତ୍ସା ଟିମ ଔଷଧ, ଆଣ୍ଟି ଭେନମ ମେଡିସିନ ସହ ପ୍ରସ୍ତୁତ ଅଛନ୍ତି।ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର କୂଳକୁ ନ ଯିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ସ୍ବାଇ ଓ ଏସ ପି ବିନୀତ ଅଗ୍ରୱାଲ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।
ପଞ୍ଚାୟତ ସମିତି, ଅସ୍ତରଙ୍ଗ ଅଫିସରେ ପୁରୀ ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟଟନ ବିଭାଗର ସଚିବ ଶ୍ରୀ ବଲବନ୍ତ ସିଂ, ସ୍ଥାନୀୟ ଅଧିକାରୀ ଏବଂ ଲୋକ ପ୍ରତିନିଧିମାନଙ୍କ ସହ ବାତ୍ୟା ଦାନାର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା।ଏହି ସମୀକ୍ଷାରେ ପିପିଲିର ମାନ୍ୟବର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ମହୋଦୟ ଉପସ୍ଥିତ ଥିଲେ।
ଅସ୍ତରଙ୍ଗ କେଉଟଜଙ୍ଘା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଲୋକମାନଙ୍କ ସହ ଆଲୋଚନା କରିବା ସହ ସରକାରଙ୍କ ତରଫରୁ ହୋଇଥିବା ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ଭୟଭୀତ ନହୋଇ ସଚେତନ ରହିଲେ ଆମେ ସମସ୍ତେ ସୁରକ୍ଷିତ ରହିବା ବୋଲି କହିଥିଲେ । କାକଟପୁର ପଞ୍ଚାୟତ ସମିତି ଅଧିନସ୍ଥ ନାସିକେଶ୍ୱର ଠାରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଲୋକମାନଙ୍କ ସହ ଆଲୋଚନା କରିବା ସହ ସରକାରଙ୍କ ତରଫରୁ ହୋଇଥିବା ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ଅସ୍ତରଙ୍ଗ ବ୍ଲକର ଉଦୟକଣୀଠାରେ ବାତ୍ୟାକୁ ନେଇ ସରକାରଙ୍କ ଦ୍ୱାରା ହୋଇଥିବା ବ୍ୟବସ୍ଥା ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିବା ସହ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରି ରାଜ୍ୟ ସରକାରଙ୍କ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶନାମା ପାଳନ କରିବା ପାଇଁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା।
କାକଟପୁର ଅନ୍ତର୍ଗତ ସିଂହାରପାଳଠାରେ ଲୋକଙ୍କୁ ଭେଟି ବାତ୍ୟା “ଦାନା”ର ମୁକାବିଲା ପାଇଁ ରାଜ୍ୟସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା । ଭୟଭୀତ ନହୋଇ ରାଜ୍ୟସରକାରଙ୍କ ନିର୍ଦେଶାବଳୀକୁ ପାଳନ କରିବା ପାଇଁ ଅନୁରୋଧ କରିଥିଲେ ।