ଅଲୌକିକ ତଥା ଅଶୁଭ ସଂକେତ ବୋଲି ଚର୍ଚ୍ଚା
କଟକ ସଦର,୧୧/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରତିବର୍ଷ ଭଳି ଚଳିତବର୍ଷ ତଥା ଆଜି ବୁଧବାର ଦିନ କଟକ ସଦର ଅନ୍ତର୍ଗତ ମାଳିକା ପ୍ରସିଦ୍ଧ ନେମାଳ ପଦ୍ମବନ ଅଚ୍ୟୁତାନନ୍ଦ ଙ୍କ ପୀଠରେ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ତଥା ଦେବସ୍ନାନ ପୂର୍ଣ୍ଣିମା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଥିବାବେଳେ ଅପରାହ୍ନରେ ଅଲୌକିକ ଭାବେ ପୀଠରେ ନିଆଁ ଲାଗିଯିବାରୁ ଶ୍ରଦ୍ଧାଳୁ ମାନେ ଇତସ୍ତତ ହୋଇପଡ଼ିଥିଲେ । ନିଆଁ ଲାଗିଵା କ୍ଷଣି ଭକ୍ତମାନେ ତ୍ରାହି ଅଚ୍ୟୁତ, ତ୍ରାହି ଅଚ୍ୟୁତ ବୋଲି ଡ଼ାକ ଛାଡ଼ିଥିଲେ।କେହି କେହି ଏହାକୁ ଅଶୁଭ ସେଙ୍କତ ବୋଲି କହୁଛନ୍ତି ।