ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ କୌଣସି ବିଧାୟକ ଯୋଗ ଦେଲେ ନାହିଁ

ସାଲେପୁର, ୨୩/୦୫/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )- କଟକ ଜିଲ୍ଲା ସାଲେପୁର ହାଇସ୍କୁଲ ଖେଳ ପଡ଼ିଆ ଠାରେ  ଜିଲ୍ଲା ସ୍ତରୀୟ ସରକାରୀ ଶୁଭଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ  ପଞ୍ଚାୟତି ରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗ ଦେଇ ଜିଲ୍ଲା ର ବିଭିନ୍ନ ନିର୍ବାଚନ ମଣ୍ଡଳୀର  ଉନ୍ନୟନ ମୂଳକ କାର୍ଯ୍ୟ ର ଶୁଭ ଶିଳାନ୍ୟାସ କରି ଥିଲେ ।

କିନ୍ତୁ ମନ୍ତ୍ରୀ ଙ୍କ ଏହି କାର୍ଯ୍ୟ କ୍ରମରେ ଜିଲ୍ଲାର ବିଧାୟକଙ୍କ ଅନୁପସ୍ଥିତି ଯୋଗୁଁ ଅତିଥି ଙ୍କ ଚେୟାର ଫାଙ୍କା ପଡ଼ିଥିଲା । ଏଥିସହ ସାମ୍ନା ରେ ଲୋକଙ୍କ ପାଇଁ ପଡ଼ି ଥିବା ଚେୟାର ମଧ୍ୟ ଫାଙ୍କା ପଡ଼ି ଥିଲା । କେତେ ଜଣ  ହାତ ଗଣତି ସରକାରୀ ଅଧିକାରୀ ଙ୍କୁ ନେଇ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା ।

ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ କୌଣସି ବିଧାୟକ ଯୋଗ ଦେଲେ ନାହିଁ ।ଏକାକୀ ବସିଲେ ପଞ୍ଚାୟତ ରାଜ ମନ୍ତ୍ରୀ ।ସାଧାରଣ ଲୋକ ବସିବା ପାଇଁ ଥିବା ଅଧିକାଂଶ ଚେୟାର ଫାଙ୍କା ରହିଲା,ଯାହାକୁ ନେଇ ଚର୍ଚ୍ଚା  ଜୋର ଧରିଛି । ପ୍ରକୃତରେ ଏଭଳି ଘଟଣା ରାଜନୈତିକ ସମନ୍ୱୟ ର ଅଭାବ ନା ଆଉ କିଛି,  ସେ ନେଇ ସାଧାରଣରେ ଆଲୋଚନା ହେଉଛି  ।

Leave a Reply

Your email address will not be published. Required fields are marked *