ଓଡ଼ିଆ ନବବର୍ଷ ରେ ମେୟରଙ୍କୁ କବିତା ବହି ଉପହାର

ଭୁବନେଶ୍ୱର,୧୫/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ବ୍ୟାପି ଓଡ଼ିଆ ନବବର୍ଷ ଧୁମ୍ ଧାମରେ ପାଳନ କରାଯାଉଛି । ନିଜ ନିଜର ପାଳନକୁ  କିଏ  କେତେ ପ୍ରକାରେ  ଲୋକଲୋଚନକୁ ଆଣୁଛନ୍ତି  ।

ଏହି ଅବସରରେ ନିଜ ଲେଖନୀ ନିସୃତ ଦୁଇଟି କବିତା ବହିକୁ ମେୟର  ସୁଲୋଚନା ଦାସଙ୍କୁ  ଉପହାର ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ଓ କବି ରବିପ୍ରିୟ ଦାଶ ।   ତାଙ୍କର ଦୁଇଟି ନୂଆ ବହି  ହେଲା ‘ଏକଶହ ଭାରାକ୍ରାନ୍ତ ଜହ୍ନରାତି’ ଏବଂ ‘ଜହ୍ନରାତିର ପଚାଶ କବିତା’ ।   ଚାପଗ୍ରସ୍ତ ଜୀବନକୁ ଜହ୍ନର କିରଣ କେମିତି ଭାରି ଭାରି ଲାଗୁଥାଏ,  ତାହାର ନିଖୁଣ କାବ୍ୟିକ ଅଙ୍କନ କରିଛନ୍ତି ରବିପ୍ରିୟ ଦାଶ ।

ସହରର କୋଣ ଅନୁକୋଣରେ ପରିଚିତ ମେୟର  ସୁଲୋଚନା ଦାସ ବିଭିନ୍ନ ସ୍ତରର ନାଗରିକଙ୍କୁ ଖୁବ୍ ପାଖରୁ ଦେଖୁଛନ୍ତି l ଅଭାବୀ ଠୁ ଅଭିମାନୀ ସମସ୍ତଙ୍କୁ ଜାଣିଥିବା ଏହିଭଳି ବ୍ୟକ୍ତିତ୍ୱଙ୍କୁ ମୋର ଏହି  ବହି ଦୁଇଟିରେ  ସେ ଦେଖିଥିବା ଅନେକଙ୍କୁ ପାଇପାରିବେ,   କହନ୍ତି କବି ରବିପ୍ରିୟ  ଦାଶ  । ଦୁଇଟି କବିତା ବହି ଉପହାର ପାଇ ମେୟର କବିଙ୍କ ଦୀର୍ଘ ତଥା ନିରାମୟ ଜୀବନ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *