ଗରଦପୁର,୨୦/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ କୋଶଳପୁର ଗ୍ରାମର ପ୍ରଶାନ୍ତ ରାଉତ ଙ୍କ ଝିଅ ପ୍ରତିଭା ରାଉତ ପାଟକୁରା ଥାନା ଅନ୍ତର୍ଗତ ଶାସନିପଡ଼ା ଗ୍ରାମର କୈଳାଶ ଚନ୍ଦ୍ର ଦାସଙ୍କ ପୁଅ ଚନ୍ଦ୍ରକାନ୍ତ ଦାସଙ୍କୁ ଭଲପାଇ ବିବାହ କରିଥିଲେ । ବିବାହର କିଛି ଦିନ ପରେ ପରଷ୍ପରଙ୍କ ମଧ୍ୟରେ ମତାନ୍ତର ହୋଇଥିଲା ।
ସେମାନଙ୍କର ଏକ ୬ ବର୍ଷର ପୁତ୍ର ସନ୍ତାନ ଅଛି । ପ୍ରତିଭା ସ୍ୱାମୀ ଚନ୍ଦ୍ରକାନ୍ତଙ୍କ ବିରୁଦ୍ଧରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିବା ସହିତ ପ୍ରତିଭାଙ୍କ ପିତା ପ୍ରଶାନ୍ତ ମାମଲାର ସମାଧାନ ନିମନ୍ତେ ରାଷ୍ଟ୍ରୀୟ ସମାଜ ସେବୀ ସଂଗଠନ , ଓଡ଼ିଶା ର ସହଯୋଗ ଲୋଡ଼ିଥିଲେ ।
ସଂଗଠନର ସଭାପତି କୁଂଜ ବିହାରୀ ବେହେରାଙ୍କ ନେତୃତ୍ୱରେ ଉଭୟ ପକ୍ଷ ସେମାନଙ୍କ ଭଦ୍ରବ୍ୟକ୍ତି ଓ ସଂଗଠନ ତରଫରୁ ରାଜ୍ୟ ସମ୍ପାଦକ ଆଶିଷ କୁମାର ପତି , ରାଜ୍ୟ କୋଷାଧ୍ୟକ୍ଷ ଅବଦୁଲ ରଜାକ୍ ଖାଁ, ପବିତ୍ର ମୋହନ ରାଉତ, କନକଲତା ରାଉତ , ପୁଷ୍ପିତା ଜେନା ପ୍ରମୁଖ ପାଟକୁରା ଥାନାକୁ ଯାଇ ଥାନା ଅଧିକାରୀଙ୍କ ସହାୟତାରେ ପୁଅ ଘର ପରିବାର ଓ ଝିଅ ଘର ପରିବାର ମଧ୍ୟରେ ଆଲୋଚନା କରି ଉଭୟ ପକ୍ଷର ମିଳାମିଶା କରିଥିଲେ । ଏହା ପରେ ଉଭୟ ପରିବାରଙ୍କୁ ମିଠା ଖୁଆଇଥିଲେ ଏବଂ ସବୁବେଳେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କକୁ ଭଲରେ ରଖିବାକୁ କହିଥିଲେ ।
