କେନ୍ଦ୍ରାପଡ଼ା,୦୫/୧୨/୨୦୨୪ (ଓଡ଼ିଶା ସମାଚାର)- ହିନ୍ଦୁ ସୁରକ୍ଷା ମଂଚ ପକ୍ଷରୁ ଗୁରୁବାର ତିନିମୁହାଣୀ ସ୍ଥିତ ରାମ ମନ୍ଦିର ପରିସରରୁ ବ୍ରହ୍ମଚାରୀ ବିଶ୍ୱଚୈତନ୍ୟ ମହାରାଜ୍ ଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏକ ବିଶାଳ ସମାବେଶ ଏବଂ ରାଲି ବାହାରି ସହର ମଧ୍ୟ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ କନ୍ତିଆ ମଠାଧୀସ ସିଦ୍ଧାର୍ଥ ଶଙ୍କର ଦାସ ମହାରାଜ, ଇସକନ୍ ମଠର ମଠାଧୀସ ବାବାଜୀ ହରେକୃଷ୍ଣ ଦାସଙ୍କ ସମେତ ସ୍ୱାମୀ ବିଶ୍ୱ ସ୍ୱରୂପା ଗିରୀ ମହାରାଜ, କଳାବୁଦା ଆଶ୍ରମର ସାଧୁବାବା ଗୁଣ୍ଡୁଚୀ ଦାସ ମହାରାଜ, ଛେଦରା ମଠର ମଠାଧିଶ ଯଶୋବନ୍ତ ଦାସ ଏବଂ ରାଜନଗରର ମହିମା ଅଲେଖ ଦାସ ମହାରାଜ ପ୍ରମୁଖ ଯୋଗଦେଇ ବାଙ୍ଗଲାଦେଶରେ ହିନ୍ଦୁ ଲୋକମାନଙ୍କ ପ୍ରତି କରାଯାଉଥିବା ଅନ୍ୟାୟ, ଅତ୍ୟାଚାର ଏବଂ ବିଶେଷ କରି ହିନ୍ଦୁ ମହିଳା ମାନଙ୍କ ପ୍ରତି ଅତି ଅମାନବିୟ ଓ ଅକଥନୀୟ ଅତ୍ୟାଚାରକୁ ଘୋର ବିରୋଧ କରିଥିଲେ । ସେଠାରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ଯୋଗଦେଇ ଉପରୋକ୍ତ ସାଧୁସନ୍ଥମାନେ ବାଙ୍ଗଲାଦେଶୀମାନେ ହିନ୍ଦୁ ନାରୀମାନଙ୍କୁ ଯେଭଳି ଭାବରେ ଅତି ବର୍ବରୋଚିତ ଭାବେ ମାଡମାରି ହତ୍ୟା କରୁଛନ୍ତି, ହିନ୍ଦୁ ଧର୍ମାବଲମ୍ବୀ ମଠ ମନ୍ଦିର ଗୁଡିକୁ ଭାଙ୍ଗିରୁଜି ନଷ୍ଟ ଭ୍ରଷ୍ଟ କରୁଛନ୍ତି, ବାଙ୍ଗଲା ଦେଶରୁ ଚାଲିଆସି ଭାରତର ବିଭିନ୍ନ କୋଣ ଅନୁକୋଣରେ ଲୁଚିଛପି ରହି ଆତଙ୍କବାଦୀ କାର୍ଯ୍ୟ କଳାପରେ ଲିପ୍ତ ରହି ହିନ୍ଦୁ ଲୋକ ମାନଙ୍କୁ ବାରମ୍ବାର ଆକ୍ରମଣ କରି ଭାରତରେ ଦଙ୍ଗା ପରିସ୍ଥିତି ଓ ହିଂସାକାଣ୍ଡ ଭଳି ଅତି ଦୟନୀୟ ପରିସ୍ଥିତି ସୃଷ୍ଟି କରିବା ଭଳି ବିଭିନ୍ନ ଆତଙ୍କୀ କାର୍ଯ୍ୟ କଳାପମାନ କରୁଛନ୍ତି ତାହାର ଦୃଢ ନିନ୍ଦା କରିଥିଲେ । ଏଥିସହିତ ଏସବୁ କାର୍ଯ୍ୟକଳାପର ପ୍ରତିବାଦରେ ହିନ୍ଦୁ ମଠ ମନ୍ଦିରକୁ ତୁରନ୍ତ ସୁରକ୍ଷା ପ୍ରଦାନ କରାଯିବାକୁ ଦାବି କରି ହିନ୍ଦୁତ୍ୱକୁ ବଜାୟ ରଖିବା ଓ ବିଭିନ୍ନ ହିନ୍ଦୁ ସଂଗଠନ ଗୁଡିକୁ ସୁଦ୍ରୁଢ କରି ହିନ୍ଦୁ ରାଷ୍ଟ୍ରବାଦୀ ଦେଶମାନଙ୍କ ହାତକୁ ଟାଣ କରିବା ପାଇଁ ମଧ୍ୟ ଦାବି କରାଯାଇଥିଲା । ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ଏହି ବିଶାଳ ସମାବେଶର ଆୟୋଜନ କରା ଯାଇଥିଲା । ହିନ୍ଦୁ ମାନଙ୍କୁ ତୁରନ୍ତ ସୁରକ୍ଷା ଓ ନ୍ୟାୟ ଯୋଗାଇ ଦେବା ନିମନ୍ତେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଉପ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏଥିସହିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ କ୍ରୁର ଓ ନିଷ୍ଠୁର ବାଙ୍ଗଲାଦେଶି ମାନଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମର ନେତ୍ରୁତ୍ୱ ନେଇଥିଲେ ବିଭିନ୍ନ ସଂଗଠନର ପ୍ରମୂଖ ବିବେକାନନ୍ଦ ମହାରଣା, ଶଶାଙ୍କ ଶେଖର ଜେନା, ମାଧବ ଚନ୍ଦ୍ର ପ୍ରଧାନ, ବିରେନ୍ଦ୍ର ସାମଲ, ସଞ୍ଜୟ ପତ୍ରି, ଉମେଶ ଦାସ, ବିନୋଦ ଦାସ, ରାଜକିଶୋର ନାୟକ, କରୁଣାକର ସାହୁ, ପ୍ରଫୁଲ୍ଲ ଦାସ, ନୀରଂଜନ ସୁଆର, ସୁନାକର ବେହେରା, ଲୋକନାଥ ଦାସ, ବୈଦ୍ୟନାଥ ଚାଟାର୍ଜୀ, ଗୀତାଞ୍ଜଳୀ ସେଠୀ, ପ୍ରଦୀପ ନାୟକ, ପ୍ରଭାତ ରଞ୍ଜନ ଦାସ, ୟସପାଲ୍ ସୁତାର, ସୁକାନ୍ତ ସାହୁଙ୍କ ସମେତ ତେଜେଶ୍ୱର ପରିଡା ପ୍ରମୂଖ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ ।