ସିପୁରାରେ ମାହାଙ୍ଗା କଂଗ୍ରେସ କର୍ମୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା, ୧୦/୦୨/୨୦୨୪ (ଓଡିଶା ସମାଚାର /ଅଭୟ  ଜେନା)- ଶନିବାର ଦିନ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁଳବସନ୍ତ ଗ୍ରାମପଞ୍ଚାୟତ କଂଗ୍ରେସ କମିଟିର ପୂର୍ବତନ ସଭାପତି ସ୍ୱର୍ଗତ ବିଚିତ୍ରାନନ୍ଦ ରାଉତରାୟଙ୍କ ଏକାଦଶହ ଉପଲକ୍ଷେ ଏକ ସ୍ମୁତିଚାରଣ ସଭା ଆୟୋଜିତ ହୋଇଥିଲା ।ବ୍ଲକ କଂଗ୍ରେସ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ବ୍ଲକ ସଭାପତି ଅଲେଖ ପ୍ରସାଦ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ୩୯ ନମ୍ବର ଜୋନ ଉପଦେଷ୍ଟା ପ୍ରଦୀପ୍ତ ରାଉତରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗାର ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟି ସଦସ୍ୟ ଦେବେନ୍ଦ୍ର କୁମାର ସାହୁ ଯୋଗଦେଇ ସ୍ବର୍ଗତ ବିଚିତ୍ରାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ବର୍ଗତ ରାଉତରାୟ ଜଣେ ନୀତିବାନ ମଣିଷ ବୋଲି କହିଥିଲେ । ଦ୍ବୀପାଞ୍ଚଳରେ କଂଗ୍ରେସ ଦଳକୁ ସଂଗଠିତ ଓ ମଜଭୂତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ  ବରିଷ୍ଠ କଂଗ୍ରେସ ନେତା ସରୋଜ ପରିଡା, ସୁବାଶିଷ ମହାନ୍ତି, ରବୀନ୍ଦ୍ର ପରିଡା, ବସନ୍ତ ମହାନ୍ତି, ଅଭୟ ମହାନ୍ତି, ମହେଶ୍ୱର ରାଉତ, ପ୍ରଦୀପ୍ତ ରାଉତରାୟ, ବଳରାମ ସାହୁ, ଅରବିନ୍ଦ ପଣ୍ଡା,ଉତ୍ତମ କୁମାର ବେହେରା,ସଚିନ୍ଦ୍ର ବାରିକ, ଦେବେନ୍ଦ୍ର ପରିଡା, ସନ୍ତୋଷ କୁମାର ମହାନ୍ତି, ଚୈତନ୍ୟ ପାଣି, ଧୀରେନ୍ଦ୍ର ପରିଡା, ସୁରେନ୍ଦ୍ର ବେହେରା, ହରିହର ବରାଳ, ଶରତ ମହାନ୍ତି, ସୁକାନ୍ତ କୁମାର ସାହୁ, ପ୍ରହଲ୍ଲାଦ ଦାସ, ବିଜୟ କୁମାର ଜେନା, ଉତ୍ସବ ପରିଡା, ଦୁଃଶାସନ ନାୟକ, ସୁଶାନ୍ତ କୁମାର ନାୟକ,ସୁରେନ୍ଦ୍ର ସାମଲ, ମୃତ୍ୟୁଞ୍ଜୟ ଲେଙ୍କା, କାହ୍ନୁ ଚରଣ ସେଠୀ, ଦୀପକ ଦାସ, ପ୍ରଶାନ୍ତ ସାହୁ,ରବି ନାୟକ ବିବେକାନନ୍ଦ ମହାପାତ୍ର, ସନାତନ ସାମଲ,ପ୍ରମୁଖ ଯୋଗଦେଇ ସ୍ବର୍ଗତ ରାଉତରାୟ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *