ବଢ଼ିଲା ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା, ଏପ୍ରିଲ ୧ ତାରିଖରୁ ଲାଗୁ ହେବ

ଭୁବନେଶ୍ୱର,୧୭/୦୩/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା ବୃଦ୍ଧି କରିଛନ୍ତି । ୭୫୦୦ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦରମା ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ । ସୂଚନାଯୋଗ୍ୟ ଗତ ୧୨ ତାରିଖରେ ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବୃଦ୍ଧି କରିଥିଲେ। ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ । ୧୨ ତାରଖରେ ଏହାକୁ ବୃଦ୍ଧି କରାଯାଇ ୭,୫୦୦ ଟଙ୍କା କରାଯିବା ନେଇ ଘୋଷଣା ହୋଇଥିଲା। ହେଲେ ସରପଞ୍ଚ ମାନଙ୍କ ଦରମା ୧୦,୦୦୦ ହୋଇଥିବା କାରଣରୁ ସମିତି ସଭ୍ୟମାନେ ଦରମା ବୃଦ୍ଧି ନେଇ ଭୁବନେଶ୍ବରରେ ବିଶାଳ ରାଲି କରିଥିଲେ। ପରେ ରାଜ୍ୟ ସରକାର ସେମାନଙ୍କ ଦରମା ୭୫୦୦ରୁ ୯୫୦୦ ଟଙ୍କାକୁ  ବୃଦ୍ଧି ନେଇ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *