ବଡ଼ଚଣା,୧୮/୦୫/୨୦୨୫ (ଓଡ଼ିଶା ସମାଚାର)- ବଡ଼ଚଣା ବ୍ଲକ ଶାନ୍ତିପୁର ର ଶତାୟୁ ପୁରୁଷ ସ୍ଵର୍ଗତ ଭୀମସେନ ସେଠୀଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ଓ ଚମ୍ପା ଦେବୀ ଚାରିଟେବୁଲ ଟ୍ରଷ୍ଟ ର ଶୁଭ ଉଦଘାଟନ ଉତ୍ସବ ଶାନ୍ତିପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ମାନଗୋବିନ୍ଦ ସେଠୀଙ୍କ ସଭାପତିତ୍ବରେ ଏହି ସଭାରେ ଉଦଘାଟକ ଭାବେ ଓଡ଼ିଶା ଟ୍ରେଜେରୀ ଓ ଯାଞ୍ଚ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକକ୍ଷ ହରପ୍ରିୟା ପାଣିଗ୍ରାହୀ. ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ. ସମ।ନ୍ନିତ ଅତିଥି ଭାବେ ପ୍ରାକ୍ତନ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ପଦ୍ମନାଭ ରାଉତ. ସ୍ଥାନୀୟ ସରପଞ୍ଚ ମୀନକେତନ ସେଠୀ ଓ ସମିତି ସଭ୍ୟ ରବିନ୍ଦ୍ର ସେଠୀ. ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ଶରତ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ଉପେକ୍ଷିତ ବୃଦ୍ଧ ବୃଦ୍ଧା ବରିଷ୍ଠ ନାଗରିକଙ୍କୁ ସହାୟତା. ଶିକ୍ଷାବିତ୍. ସମାଜ ସଂସ୍କାରକ. ଖ୍ୟାତିସମ୍ପନ୍ନ ବ୍ୟକ୍ତି ମାନଙ୍କୁ ଯଥୋଚିତ ସମ୍ମାନ ଦେବା. ଅନାଥ ପିଲାମାନଙ୍କୁ ଥଇଥାନ ସହିତ ଗୋସେବା ଗୋଶାଳା ନିର୍ମାଣ ନିମନ୍ତେ ଏହି ଟ୍ରଷ୍ଟ ମାଧ୍ୟମରେ ପ୍ରୋତ୍ସାହିତ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଏଥିରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ କାଞ୍ଚନବାଳା ଦାସ. ମହେନ୍ଦ୍ର ଶାନ୍ତି. ଆଇନଜୀବି ଜ୍ୟୋତିଶଙ୍କର ମହାପାତ୍ର ଓ ବସନ୍ତ ସେଠୀ. ବିଶ୍ଵନାଥ ସେଠୀ. ସୁଵାସିନୀ ସେଠୀ. ଅଭିମନ୍ୟୁ ନାୟକ ଓ ସୁଶାନ୍ତ ଜେନା ପ୍ରମୁଖ ଯୋଗ ଦେଇଥିଲେ କ୍ଷ ଉତ୍ସବରେ ଶ୍ରେଷ୍ଠ ମା ଭାବେ ହେମଲତା ବେହେରା.ଆଦର୍ଶ ଶିକ୍ଷକ ଭାବେ କୁଳମଣି ସାହୁ. ଶ୍ରେଷ୍ଠ ଗୃହିଣୀ ଭାବେ ସତ୍ୟଭାମା ଦେଓ ଓ ପୂଜ୍ୟ ପୂଜାର ପୂଜାରୀ ଭାବେ ଅଧ୍ୟାପକ ବିଜୟ କେତନ ସାମଲଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା ।
ଏହା ସହିତ ସମର କେତନ ଲେଙ୍କା. ବିଜୟ କୁମାର କବି. ବୈକୁଣ୍ଠନାଥ ସେଠୀ.ଭାଗବାନ ପଣ୍ଡା. ସୁରେଶ ଚନ୍ଦ୍ର ସାହାଣୀ. ଭାଗ୍ୟଧର ସାହୁ.ସୈନିକ ରାମଚନ୍ଦ୍ର ସାମଲ. ଦେବାନନ୍ଦ ସାମଲ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଇନୀଜୀବୀ ଦେବରାଜ ବେହେରା ସ୍ଵାଗତ ଭାଷଣ ଦେଇଥିବାବେଳେ ଅଧ୍ୟାପକ ସଲିଳ ରାଜ ନନ୍ଦନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।