ଶନି ଚଳନ ପାଇଁ ସ୍ୱତନ୍ତ୍ର ପୂଜା

ଗରଦପୁର,୨୯/୦୩/୨୦୨୫(ଓଡ଼ିଶା ସମାଚାର)- ରାଶି ଚକ୍ରରେ ଶନିଗ୍ରହଙ୍କୁ ଗ୍ରହରାଜ ଓ ନ୍ୟାୟ ଦେବତା ବୋଲି ହିନ୍ଦୁ ଧର୍ମ ଶାସ୍ତ୍ରରେ ମାନ୍ୟତା ଦିଆଯାଇଛି । ଆଜି ରାତି ୯ ଟା ୪୦ ସମୟରେ ଗ୍ରହରାଜ ଶନି ପୂର୍ବଭାଦ୍ର ନକ୍ଷତ୍ର ମୀନ ରାଶିକୁ ଗମନ କରିବେ ।

ଏହି ଉପଲକ୍ଷେ ଗରଦପୁର ବ୍ଲକ୍ ତେଣ୍ଡାକୁଡ଼ା ପଂଚାୟତ ଜୟତଳଙ୍ଗ ଗ୍ରାମରେ ପ୍ରତିଷ୍ଠିତ ଶନି ଗୋସାଇଁ ପିଠରେ ସ୍ୱତନ୍ତ୍ର ପୂଜା ବ୍ୟବସ୍ଥା କରାଯାଇଛି । ସକାଳେ ଗ୍ରହରାଜ ଶନି ଙ୍କୁ କ୍ଷୀର, ରାଶି ତେଲ, ଶୋରିଷ ତେଲ , ଜଡ଼ାତେଲ ଓ ଜଳ ରେ ସ୍ନାନ କରାଯାଇ ନୂତନ ବସ୍ତ୍ର ଓ ପୁଷ୍ପ ମାଲ୍ୟ ପରିଧାନ କରାଯାଇଥିଲା । ଏହା ପରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଶନିଦେବ ଙ୍କ ନିକଟରେ ଧୂପ, ଦୀପ, ପୁଷ୍ପ ଦେଇ ଭୋଗ ଲାଗି କରିଥିଲେ । ସନ୍ଧ୍ୟାରେ ଶନିଦେବ ଙ୍କ ନିକଟରେ ବିଶେଷ ଶନିମେଳା ଆୟୋଜିତ ହୋଇଥିଲା ।

Leave a Reply

Your email address will not be published. Required fields are marked *