ଯାଜପୁର, ୨୭/୦୭/୨୦୨୬ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ‘ମାଇଁ ଭାରତ’ (Mera Yuva Bharat) ଜିଲ୍ଲା ପରାମର୍ଶଦାତା କମିଟି ର ପ୍ରଥମ ବୈଠକ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ବୈଠକର ଆରମ୍ଭରେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କୁମାର ଗୌରବ ‘ମାଇଁ ଭାରତ’ ପରିକଳ୍ପନାର ଲକ୍ଷ୍ୟ, ଦୃଷ୍ଟିକୋଣ ଏବଂ ଜିଲ୍ଲା ପରାମର୍ଶଦାତା କମିଟିର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ବ୍ୟାପକ ଉପସ୍ଥାପନା କରିଥିଲେ।
କମିଟି ବୈଠକରେ ବିଭିନ୍ନ ମୁଖ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା। ୧ ଜୁଲାଇରୁ ୧୫ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଚାଲୁଥିବା ବିଶେଷ ପଞ୍ଜୀକରଣ ଓ ସଚେତନତା ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ କାର୍ଯ୍ୟଖସଡ଼ା ଓ ଲକ୍ଷ୍ୟଧାର୍ଯ୍ୟ ନେଇ ଆଲୋଚନା ହୋଇଥିଲା। ଯୁବମାନଙ୍କର ଭାଗୀଦାରୀ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ପ୍ରଧାନ ଶିକ୍ଷକ ଙ୍କ ସହ ଏକ ବୈଠକ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଜଣେ ‘ମାଇଁ ଭାରତ ନୋଡାଲ ଅଫିସର’ ଏବଂ ଜଣେ ‘କ୍ୟାମ୍ପସ ଆମ୍ବାସାଡର’ ନିଯୁକ୍ତ କରାଯିବ।
ବୈଠକରେ ‘ମାଇଁ ଭାରତ ଜିଲ୍ଲା ସମନ୍ୱୟ କମିଟି’ ଗଠନ ସହିତ ବିଭିନ୍ନ ବିଭାଗରୁ ସଦସ୍ୟମାନଙ୍କ ଅନ୍ତର୍ଭୁକ୍ତି ନେଇ ଆଲୋଚନା କରାଯାଇଥିଲା। ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଶିକ୍ଷା, ପଞ୍ଚାୟତିରାଜ, ଜୀବିକା , ଏନ.ଏସ.ଏସ (NSS), ଏନ.ସି.ସି (NCC), କ୍ରୀଡ଼ା, ଦକ୍ଷତା ବିକାଶ ଓ ଶିଳ୍ପ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଯୁବମାନଙ୍କୁ ସକ୍ରିୟ ଭାବେ ସାମିଲ କରିବା ପାଇଁ ‘ନଶା ମୁକ୍ତ ଯୁବା ଫର୍ ବିକଶିତ ଭାରତ’ ଅଭିଯାନ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ୮ଟି ଶ୍ରେଣୀରେ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ ନେଇ ଆଲୋଚନା ହୋଇଥିଲା। ୧୫ ରୁ ୨୯ ବର୍ଷ ବୟସର ଯୁବମାନେ MY Bharat ପୋର୍ଟାଲ https://mybharat.gov.in ରେ ପଞ୍ଜୀକରଣ କରି ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ସେଥିପାଇଁ ନିୟମିତ ସମୀକ୍ଷା, ବିଭାଗୀୟ ଦାୟିତ୍ୱ ବଣ୍ଟନ ଓ ପ୍ରଗତି ପ୍ରତିବେଦନ ଦାଖଲ ପାଇଁ ଏକ ସୁସଂଘଟିତ ବ୍ୟବସ୍ଥା ରୂପରେଖ ତିଆରି କରାଯାଇଛି।ଏହି ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ଫକୀରମୋହନ ଟୁଡୁ, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ନାୟକ, ଆଇ ପି ଓ, ୟୁଥ ମେମ୍ବରସ, ଏନଏସଏସ ଓ ଏନସିସି କର୍ମକତ୍ତା,ଭଲେଣ୍ଟି ୟ ର ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
