ପୁଣି କଡ଼ ଲେଉଟାଉଛି କରୋନା

କରୋନାକୁ ନେଇ କୌଣସି ଭୟଭୀତ ହେବାର କାରଣ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ
ଭୁବନେଶ୍ୱର,୧୮/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଏସିଆ ମହାଦେଶର ହଂକଂ ଏବଂ ସିଙ୍ଗାପୁରରେ କରୋନା ପୁଣି ଥରେ ବ୍ୟାପିବାରେ ଲାଗିଛି । ଏହି ଦୁଇ ସ୍ଥାନରେ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ଏନେଇ ମତ ରଖିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ ନୀଳକଂଠ ମିଶ୍ର ।

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ ଡ଼ ମିଶ୍ର କହିଛନ୍ତି, ଏହା ନୂଆ ଭାରିଆନ୍ଟ ନୁହେଁ । ରୋଗ ପ୍ରତିରୋଧ କ୍ଷମତା କମିଗଲେ କରୋନା ସଂକ୍ରମଣ ହେଉଛି । ଏଥିଲାଗି ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଛି । ଭୟଭୀତ ହେବାର କୌଣସି କାରଣ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି । କେନ୍ଦ୍ର ସରକାରଙ୍କ ସହ ମଧ୍ୟ କୋଭିଡ ନେଇ ରାଜ୍ୟ ସରକାର ଯୋଗାଯୋଗ କରୁଛନ୍ତି । କୌଣସି ଗାଇଡଲାଇନ୍ ଆସିଲେ, ତାକୁ କାର୍ଯ୍ୟକାରୀ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ କହିଛନ୍ତି ।

Leave a Reply

Your email address will not be published. Required fields are marked *