ଭୁବନ ୧୭/୦୫/୨୦୨୫ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ରାଜ୍ୟ ସରକାର ଙ୍କ ଦ୍ଵାରା ୧୨୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ ଶିଳାନ୍ୟାସ ସମ୍ପନ୍ନ ହୋଇଯାଇଛି ।
କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରି କହିଥିଲେ ଯେ ,ଲୋକପ୍ରିୟ ସରକାରଙ୍କ ର ଜନ କଲ୍ୟାଣ କାର୍ଯ୍ୟକ୍ରମ ର ଏହା ଏକ ଅଂଶ । ଆଖ ପାଖ ଗାଁ ଓ ଦୂର ଦୁରାନ୍ତ ରୁ ଆସୁଥିବା ଛାତ୍ରୀ ମାନଙ୍କ ର ପାଠପଢାରେ ଆଉ କୌଣସି ଅସୁବିଧା ହେବନାହିଁ । ଏଣିକି ଛାତ୍ରୀ ନିବାସ ରେ ରହି ପାଠ ପଢ଼ିବେ ବୋଲି ବିଧାୟକ ଶ୍ରୀଯୁକ୍ତ ଜେନା ମତବ୍ୟକ୍ତ କରିଥିଲେ ।
ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମାନ ଦିଲ୍ଲୀପ କୁମାର ଦାସ ପୌରହିତ୍ୟ କରି କହିଥିଲେ ଯେ ମହାବିଦ୍ୟାଳୟ ର ଦୀର୍ଘ ଦିନ ର ଆଶା ପୂରଣ ହେବାକୁ ଯାଉଛି । ଛାତ୍ରୀ ମାନଙ୍କର ପାଠପଢ଼ା ଜନିତ ଅସୁବିଧା ଆଉ ରହିବ ନାହିଁ ବୋଲି ମତବ୍ୟକ୍ତ କରିବା ସହ ବିଧାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଶିଳାନ୍ୟାସ ଉତ୍ସବରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ମଲ୍ଲିକ ଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।