ହୀରକ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନିମାପଡ଼ା,୦୯/୧୨/୨୦୨୩ (ଓଡ଼ିଶା ସମାଚାର)- ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଚଳିତ ବର୍ଷ ହୀରକ ଜୟନ୍ତୀ ଅନୁଷ୍ଠିତ ହେବ । ଏନେଇ ଆଜି ଅପରାହ୍ନରେ କଲେଜ ପରିସରେ ଥିବା ଅଡିଟୋରିଅମରେ “ଆଲମୁନି ଆସୋସିଏସନ” ପକ୍ଷରୁ ବିଧାୟକ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତମାସ ୧୨ ତାରିଖରୁ ୨୩ ପର୍ୟ୍ୟନ୍ତ “ମୋ ଓଡିଶା ନବୀନ ଓଡିଶା ” ସହଯୋଗରେ କ୍ରୀଡା ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହେବ । ୧୨ ତାରିଖରେ ହୀରକ ଜୟନ୍ତୀ ଲୋଗୋ ଅନାବରଣ କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଚଳିତ ମାସ ୨୭ ରୁ ୨୯ ତାରିଖ ପର୍ୟ୍ୟନ୍ତ ହୀରକ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେବ । ମନ୍ତ୍ରୀ ତୁଷାରକାନ୍ତି ବେହେରା, ପ୍ରୀତିରଞ୍ଜନ ଘଢେଇ ଏବଂ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଓଲିଉଡ଼ର ଲୋକପ୍ରିୟ କଳାକାରମାନେ ଯୋଗଦେବା ସହିତ ଚିତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆଲମୁନି ଆସୋସିଏସନ ସୂତ୍ରରୁ ପ୍ରକାଶ । ଆଜିର ପ୍ରସ୍ତୁତି ବୈଠକରେ ପୂର୍ବତନ ଅଧ୍ୟକ୍ଷ ଯୋଗେଶ ଚନ୍ଦ୍ର ମିଶ୍ର, ବସନ୍ତ ମହାନ୍ତି, କଲେଜ ପରିଚାଳନା କମିଟି ସଭାପତି ଜଗତ ପ୍ରସାଦ ସାବୁତ, ଆଲମୁନି ଆସୋସିଏସନ ସମ୍ପାଦକ ବସନ୍ତ ପାତ୍ର,ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ୍ତ ଦାଶଙ୍କ ସମେତ ଆସୋସିଏସନର ସମସ୍ତ ସଭ୍ୟସଭ୍ୟାମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *