ଭୁବନ,୧୭/୦୫/୨୦୨୫ (ଓଡ଼ିଶା ସମାଚାର)-ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ଏବିଭିପି) ଭୁବନ ଶାଖା ତରଫରୁ ସ୍ଥାନିତ ପ୍ରତିଭା ଷ୍ଟଡି ସେଣ୍ଟର ଠାରେ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ- ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଭୁବନ ନଗର ସଭାପତି ଅଧ୍ୟାପକ ସୁବାସ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ଏନ୍ ଏ ସି ଓ ବ୍ଲକ ର ସମସ୍ତ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ ମୁଖ୍ୟ ଅତିଥି,ଢେ଼ଙ୍କାନାଳ ସହ ଜିଲ୍ଲା ପ୍ରମୁଖ ଲଳିତ କୁମାର ବେହେରା ମୁଖ୍ୟବକ୍ତା , ଅଧ୍ୟାପିକା ଦିପ୍ତିମୟୀ ମହାନ୍ତି ଓ ଜିଲ୍ଲା ସଂଯୋଜକ ଅରୂପ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏବିଭିପି ର ଏକ ଆଦର୍ଶ ଜ୍ଞାନ,ଚରିତ୍ର ଓ ଏକତା ସମ୍ପର୍କରେ ଆଲୋକପାତ କରିବା ସହ ସୁନାଗରିକ ହେବାକୁ ଆହ୍ଵାନ ଦେଇଥିଲେ ।
ବ୍ଲକ ର ଶ୍ରେଷ୍ଠ ବିଦ୍ୟାର୍ଥୀ ଭାବେ ଏ ପି ଜି ଉଚ୍ଚ ବିଦ୍ୟାଳୟ, ଖୁରୁସିଆ ର ଜ୍ୟୋତିର୍ମୟୀ ସାହୁ ଏବଂ ଏନ୍ ଏ ସି ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଶୁଭଶ୍ରୀ ପୃଷ୍ଟି ଙ୍କୁ ମାନପତ୍ର,ପୁଷ୍ପଗୁଛ,ଉତ୍ତରୀୟ ପ୍ରଦାନ କରାଯାଇ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏବିଭିପି ର ପୁରାତନ କାର୍ଯ୍ୟକର୍ତ୍ତା କମଳ ଲୋଚନ ମହାରଣା ସଂଯୋଜନା କରିଥିବା ବେଳେ ନଗର ସମ୍ପାଦକ ରୋହିତ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।