ଏସଆରସିଙ୍କ ମିଟିଂ ପରେ ସ୍କୁଲ ଛୁଟି ନିଷ୍ପତି ହେବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୧୭/୦୪/୨୦୨୬ (ଓଡ଼ିଶା ସମାଚାର)-ଏବେଠୁ ଡ଼ରାଇଲାଣି ଗରମ । ଅଧିକାଂଶ ସ୍ଥାନରେ ପାରଦ ୪୦ ଛୁଇଁଲାଣି । ଏହାକୁ ଦୃଷ୍ଟିରେ ରଖି ଜିଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ସ୍କୁଲ ଛୁଟି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି । ଯେଉଁ ଜିଲାଗୁଡିକରେ ଅସହ୍ୟ ଗରମ ହେଉଛି, ସେହିସବୁ ଜିଲାଗୁଡିକର ଜିଲାପାଳଙ୍କ ରିପୋର୍ଟ ଆଧାରରେ ସ୍କୁଲ ଛୁଟି ହେବା ନେଇ ନିଷ୍ପତିି ନିଆଯିବ ବୋଲି ସେ କହିଛନ୍ତି ।

ପ୍ରଥମେ ପିଲାମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ପଶ୍ଚିମ ଓଡିଶାରେ କିଛି ଜିଲାରେ ଅତ୍ୟଧିକ ଗରମ ନେଇ ସୂଚନା ରହିଛି । ତାହାକୁ ମଧ୍ୟ ବିଚାରକୁ ନେଇଛି ବିଭାଗ । ସେହି ଜିଲାଗୁଡିକର ଜିଲାପାଳମାନେ ରିପୋର୍ଟ ଦେଲେ ବିଭାଗ ନିଷ୍ପତିି ନେବ । ଏସଆରସି ହିଟ ୱେଭକୁ ନେଇ ବୈଠକ ଡାକି ସମୀକ୍ଷା କରିବା ପରେ ହିଁ ଖରା ଛୁଟି ପାଇଁ ନିଷ୍ପତି ନିଆଯିବ । ତେଣୁ ଏସଆରସିଙ୍କ ମିଟିଂ ପରେ ହିଁ ସ୍କୁଲ ଛୁଟି ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *