କେନ୍ଦ୍ରାପଡ଼ା,୧୫/୦୫/୨୦୨୫(ଓଡ଼ିଶା ସମାଚାର)-ଜିଲାପାଳଙ୍କ ନିର୍ଦ୍ଧେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପାଟକୁରା, ମାର୍ଶାଘାଇ, ଜମ୍ବୁ ମେରାଇନ ଓ ମହାକାଳପଡ଼ା ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗରଜଙ୍ଗା ଗ୍ରାମର ଚନ୍ଦନ ମହାନ୍ତି
(୩୫)ଙ୍କ ଠାରୁ ୨୬ ଲିଟର ଚୋରା ଦେଶୀମଦ, ଡିଙ୍କୁଣୀ ଦାସ (୩୮) ଙ୍କ ଠାରୁ ୨୦ ଲିଟର ଚୋରା ଦେଶୀ ମଦ, ଶାନ୍ତିଲତା ଦାସ (୭୫)ଙ୍କ ଠାରୁ ୧୭ ଲିଟର ଚୋରା ଦେଶୀ ମଦ, ତାଳସଙ୍ଗା ଗ୍ରାମର ସବିତା ଲେଙ୍କା (୪୬) ଙ୍କ ଠାରୁ ୩୦ ଲିଟର ଚୋରା ଦେଶୀ ମଦ, ପ୍ରଭାକରପୁର ଗ୍ରାମର ସରସ୍ୱତୀ ଖିଲାର (୩୫) ଙ୍କ ଠାରୁ ୮୫ ଲିଟର ଚୋରା ଦେଶୀ ରନ୍ଧାମଦ, ଚନ୍ଦା ଖିଲାର (୫୧) ଙ୍କ ଠାରୁ ୩୭୦ ଲିଟର ଚୋରା ଦେଶୀ ରନ୍ଧାମଦ ଏବଂ ଗଗନ ସ୍ୱାଇଁ (୬୦) ଙ୍କ ଠାରୁ ୬୫ ଲିଟର ଚୋରା ଦେଶୀ ରନ୍ଧାମଦ ଜବତ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଛି ।
ସେମାନଙ୍କ ପାଖରୁ ସମୁଦାୟ ୬୧୩ ଲିଟର ଚୋରା ଦେଶୀ ଓ ରନ୍ଧା ମଦ ଜବତ କରାଯାଇ ୫ ମହିଳାଙ୍କ ସମେତ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ଠାରୁ ସୂଚନା ମିଳିଛି । ଏହି ଚଢାଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ପଦ୍ମ ଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
