ଜଳେଶ୍ଵର,୦୭/୧୨/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟ ରାଜପଥ ୬୦ ଜମାଲପୁର ବାଇପାସ ଆଶୀର୍ବାଦ ନର୍ସିଙ୍ଗ ହୋମ ନିକଟରେ ନରେନ୍ଦ୍ର ମୋଦି ବିକାଶ ମିଶନର ଏକ ନୂତନ ଭାବେ ଜଳେଶ୍ୱର ଶାଖା କାର୍ଯ୍ୟାଳୟ ଆଜି ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି।
ନରେନ୍ଦ୍ର ମୋଦି ବିକାଶ ମିଶନର ରାଜ୍ୟ ସଭାପତି ଡକ୍ଟର ଶେଖ ଅବଦୁଲ ଗନି ହୋସେନ ଉକ୍ତ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ବାଲେଶ୍ଵର ଜିଲ୍ଲା ସାଧାରଣ ସମ୍ପାଦକ ଶିଶିର କୁମାର ସେନାପତିଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୂପେ ମିଶନର ରାଜ୍ୟ ସଭାପତି ଡକ୍ଟର ଶେଖ ଅବଦୁଲ ଗନି ହୋସେନ,ରାଜ୍ୟ ମହିଳା ମୋର୍ଚ୍ଚା ସଭା ନେତ୍ରୀ ତଥା ପୂର୍ବତନ ବିଧାୟିକା ପ୍ରମିଳା ଗିରି,ରାଜ୍ୟ କିଷାନ ମୋର୍ଚ୍ଚା ସଭାପତି ତୁଷାର କାନ୍ତି ଦାସ, ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଶେଖ ଅବଦୁଲ ହାକିମ,ରାଜ୍ୟ ସାଧାରଣ ସମ୍ପାଦକ ତାପସ ମହାପାତ୍ର, ଉତ୍ତର ଓଡିଶା ଜୋନାଲ ସଭାପତି ଇଞ୍ଜିନିୟର ରତ୍ନାକର ରାୟ ,ବାଲେଶ୍ୱର ଜିଲ୍ଲା ସଭାପତି ପଙ୍କଜ ପରିଡା, କାର୍ଯ୍ୟକାରୀ ସଭାପତି ଏସ. କେ. ନାଜିମୁଦ୍ଦିନ, ସମ୍ପାଦକ ଡ. ଅକ୍ଷୟ କୁମାର ପରିଡା,ମୟୁରଭଞ୍ଜ ଜିଲ୍ଲା ଜୋନ ୨ ସଭାପତି ସୁକୁମାର ରଣା,ଜୋନ ୧ ମହିଳା ସଭାନେତ୍ରୀ ସୁମିତ୍ରା ବଳବନ୍ତରାୟ, ଜଳେଶ୍ଵର ବ୍ଲକ କାର୍ଯ୍ୟକାରୀ ସଭାପତି ସୁଶୀଲ ପ୍ରଧାନ, ଜିଲ୍ଲା ଉପସଭାପତି ବଳରାମ ବେହେରା ,ପୂର୍ବତନ ସରପଞ୍ଚ ମଧୁସୂଦନ ଦତ୍ତ ,ଜଳେଶ୍ୱର ପୌର ସଭାପତି ବିଜୟ ପରିଡା ବସ୍ତା ବ୍ଲକ ରଘୁନାଥ ପୁର ପଂଚାୟତ ନେତା ଜଗନ୍ନାଥ ଜେନା ଓ ବିଭିନ୍ନ ପଞ୍ଚାୟତରୁ ଆସିଥିବା ନେତାମାନେ ଉପସ୍ଥିତ ରହି ବିଭିନ୍ନ ବିକାଶ ମୂଳକ ଯୋଜନା ବିଷୟରେ ଆଲୋଚନା କରିଥିଲେ ।
ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନେ କିପରି ଜିଲ୍ଲା ପରିଷଦ,ସରପଞ୍ଚ,ସମିତି ସଭ୍ୟ,ୱାର୍ଡ କାଉନସିଲର ପଦବୀରେ ଜୟଯୁକ୍ତ ହୋଇ ପାରିବେ,ସେହିଁ ବିଷୟରେ ପୁଙ୍ଖାନପୁଙ୍ଖ ଆଲୋଚନା ହେଇଥିଲା । ତପସ୍ୱିନୀ ଦାସ ଓ ଅନ୍ନପୂର୍ଣ୍ଣା ମହାପାତ୍ର ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ବରିଷ୍ଠ ବିଜେପି ନେତା ନବ କଶୋର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
