ସାଲେପୁର, ୧୪/୦୫/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) –ଏକ ଆନ୍ତଜିଲ୍ଲା ଡ଼କାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ପୋଲିସ । ଡକାୟତ ଦଳକୁ ଗିରଫ କରିବା ସହିତ ଏକ ଆଇଚର ବସ୍ ଓ ବିପୁଳ ମାତ୍ରାରେ ସୁନାରୂପା ଅଳଙ୍କାର , ଦେଶୀ ବନ୍ଧୁକ, ଖଣ୍ଡା ଜବତ ହୋଇଛି ।

କଟକ ଜିଲ୍ଲା ସାଲେପୁର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି କରି ଫେରାର ହୋଇଯାଉଥିବା ଗ୍ୟାଙ୍ଗକୁ କଟକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସ ଗିରଫ କରିବାରେ ସଫଳ ହୋଇଛି । କଟକ ଜିଲ୍ଲା ସାଲେପୁର, ମାହାଙ୍ଗା ଓ ନେମାଳ ଅଞ୍ଚଳରେ ହୋଇଥିବା ଡ଼କାୟତି ଘଟଣାର ତଦନ୍ତ ଆରମ୍ଭ କରି ପୁଲିସ ଏହି ଡକାୟତ ଦଳକୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ପାଖରୁ ୧୪୦ ଗ୍ରାମ ସୁନା ଅଳଙ୍କାର ଓ ୫ କେଜି ୨୦୦ଶହ ଗ୍ରାମ ରୂପା ଅଳଙ୍କାର ଓ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି ।
ଏହା ସହିତ ଏକ ଆଇଚର ବସ୍ ଜବତ ହେବା ସହ ଏକ ବନ୍ଧୁକ ,ତିନୋଟି ଅଫୁଟା ଗୁଳି, ଚାରିଟି ଖଣ୍ଡା ଜବତ ହୋଇଛି । ଏହି ସବୁଘଟଣାର ମୁଖ୍ୟ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲାର ସୁଶାନ୍ତ ସାହୁ, ମାହାଙ୍ଗା ଥାନା ଅଞ୍ଚଳର ଦିପ୍ତିକାନ୍ତ ପୁଷ୍ଟି, ନେମାଳ ଅଞ୍ଚଳର ବସନ୍ତ ବଳ, ମାହାଙ୍ଗା ଅଞ୍ଚଳର କୈଳାସ ସାହୁ, ଜଗତସିଂହପୁର ଜିଲ୍ଲାର ବିରଞ୍ଚି ନାରାୟଣ ସାହୁ ଓ ଲକ୍ଷ୍ମୀଧର ସାହୁକୁ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ଚୋରୀ ଅଳଙ୍କାର କିଣିଥିବା ସାଲେପୁର ଅଞ୍ଚଳର ଅଜୟ ସାହୁ ,ତ୍ରିଲୋଚନ ସାହୁ ଓ ବାଲେଶ୍ୱରର ଆଲୋକ ନନ୍ଦିକୁ ପୁଲିସ ଗିରଫ କରିଛି ।
ଆଜି ସାଲେପୁର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ଏସପି ପ୍ରତିକ ସିଂହ ଏ ନେଇ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ଜଗତସିଂହପୁର, ଯାଜପୁର, କଟକ,ବାଲେଶ୍ବର ଜିଲ୍ଲା ରେ ବହୁ ଚୋରି, ଡ଼କାୟତି, ରାହାଜାନି ଘଟଣା ଘଟାଇ ଫେରାର ହୋଇଯାଉଥିଲେ ।
