ସମାଜସେବୀ କୈଳାସ ଚନ୍ଦ୍ର ମହାନ୍ତିଙ୍କ ଦେହାନ୍ତ 

 ନିରାକାରପୁର, ୦୫/୧୨/୨୦୨୩ (ଓଡ଼ିଶା ସମାଚାର)-  ଆଜି  ଦିବା ୮ଘଟିକା ୩୦ ମିନିଟ ସମୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ଗ୍ରାମର ସମାଜସେବୀ କୈଳାସ ଚନ୍ଦ୍ର ମହାନ୍ତିଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କର ବୟସ ୭୮ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ସେ ଜଣେ ଏକାଧାରରେ ସମାଜସେବୀ ଥିଲେ ଓ କମାଗୁରୁ ଉଚ୍ଚ ବିଦ୍ୟାଳୟ   ସମ୍ପାଦକ ଥିବାବେଳେ ରାମଚନ୍ଦ୍ର କଳ୍ପନା ମହାବିଦ୍ୟାଳୟର ସମ୍ପାଦକ ମଧ୍ୟ ଥିଲେ ।ତତ ସହିତ ସ୍ଵର୍ଗତ ମହାନ୍ତି ଅତୀତରେ କମାଗୁରୁ ଗ୍ରାମ ପଂଚାୟତ ର ସମିତି ସଭ୍ୟ ରହିଥିଲେ । ଅନେକ ଲୋକଙ୍କର ଦୁଃଖସୁଖରେ ସାଥି ହୋଇ ପରୋପକାର କରୁଥିଲେ। ସେ ଗ୍ରାମର ଜଣେ ଭଲ ମଣିଷ ଥିଲେ ।ଆଜି କମାଗୁରୁ ଏକ ଅନୁଷ୍ଠାନ କୁ ହରାଇଛି।ତାଙ୍କ ବିୟୋଗରେ ସମସ୍ତେ ମର୍ମାହତ ହୋଇଛନ୍ତି ଓ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *