ସାଲେପୁର,୧୪/୦୫/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)- ପିଏମ୍ ଶ୍ରୀ ଜୱାହାର ନବୋଦୟ ବିଦ୍ୟାଳୟ କଟକ ର ଛାତ୍ର ସାୟନ କୁମାର ନନ୍ଦ ମାଟ୍ରିକ ପରୀକ୍ଷାରେ କୃତିତ୍ୱର ସହ ଉତୀର୍ଣ୍ଣ ହୋଇଛନ୍ତି । ଶ୍ରୀ ନନ୍ଦ ୯୫.୪% ନମ୍ବର ରଖି ଛନ୍ତି । ସେ ଭବିଷ୍ୟତରେ ଜଣେ ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଦିନକୁ ୭ରୁ ୮ ଘଣ୍ଟା ଅଧ୍ୟୟନ କରୁଥିଲି ବୋଲି କହିଛନ୍ତି ସାୟନ । ସେ ସାଲେପୁର ଅଞ୍ଚଳର ସମାଜ ସେବୀ ହେମନ୍ତ କୁମାର ନନ୍ଦ ଓ ଶିକ୍ଷୟତ୍ରୀ ନମିତା ଷଡ଼ଙ୍ଗୀ ଙ୍କ ପୁତ୍ର ହୋଇଥିବା ବେଳେ, ପିତାମାତା, ପରିବାରର ସମସ୍ତ ସଦସ୍ୟ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସେ ସଫଳତାର ଶ୍ରେୟ ଦେଇଛନ୍ତି। ପ୍ରଭୁ ଲକ୍ଷ୍ମନୃସିଂହ,ଶ୍ରୀ ଜଗନ୍ନାଥ ଙ୍କର ଅପାର କୃପାରୁ ଏହା ସମ୍ଭବ ହୋଇଛି ବୋଲି ସାୟନ କହିଛନ୍ତି।
