ଜିଲା ପରିବେଶ ସମିତି ତଥା ଜାତୀୟ ସବୁଜ ବାହିନୀର କାର୍ଯ୍ୟ ନିର୍ବାହୀ ବୈଠକ ଅନୁଷ୍ଠିତ ।

ଯାଜପୁର, ୦୩/୦୧/୨୦୨୪ (ଓଡ଼ିଶା ସମାଚାର)-ଜିଲା ପରିବେଶ ସମିତି ତଥା ଜାତୀୟ ସବୁଜ ବାହିନୀର ମିଳିତ କାର୍ଯ୍ୟ ନିର୍ବାହୀ ସଦସ୍ୟ/ସଦସ୍ୟା ମାନଙ୍କର ଏକ ବୈଠକ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋରଙ୍କ ନିର୍ଦ୍ଧେଶ କ୍ରମେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ ତଥା ସମିତିର ସହ ଅଧ୍ୟକ୍ଷ ଶ୍ରୀ ନବକ୍ରିଷ୍ଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ମଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ ଯୋଗଦେଇ ଜିଲା ପରିବେଶ ସମିତି କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବା ଦିଗରେ ଆଲୋକପାତ କରିଥିଲେ । ବୈଠକରେ କାର୍ଯ୍ୟ ନିର୍ବାହୀ ସଦସ୍ୟମାନେ ସେମାନଙ୍କର ସଂକ୍ଷିପ୍ତ ପରିଚୟ ପ୍ରଦାନ କରିବା ସହ ବିଭିନ୍ନ ମତାମତ ପ୍ରଦାନ କରିଥିଲେ । ସଭାପତିଙ୍କ ଅନୁମତି କ୍ରମେ ସମିତିର ସଂପାଦକ ତଥା ଜିଲା କାର୍ଯ୍ୟକାରିଣୀ ମୂଲ୍ୟାୟନ କମିଟି ଜାତୀୟ ସବୁଜ ବାହିନୀର ଆବାହକ ଡଃ ଶରତ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଉକ୍ତ ବୈଠକରେ ଅଧିକ ଇକୋ କ୍ଳବ ଗଠନ, ବିଦ୍ୟାଳୟ ପରିସର ସଫା ସୁତୁରା, ସବୁଜିକରଣ ବିଶେଷତଃ ପ୍ଳାଷ୍ଟିକ ମୁକ୍ତ ରଖିବା ପ୍ରସ୍ତାବ ଊପରେ ଅତିରିକ୍ତ ଜିଲାପାଳ ଶ୍ରୀ ଜେନା ପରାମର୍ଶ ପ୍ରଦାନ କରିଥିଲେ । ଜିଲା ଶିକ୍ଷାଧିକାରୀ ଶ୍ରୀମତୀ ନିବେଦିତା ପାଣି ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ସମ୍ମିଳନୀରେ ଏ ବିଷୟରେ ଆଲୋଚନା କରିବାକୁ ବୈଠକରେ ନିଷ୍ପତିି ନିଆଯାଇଥିଲା । ସ୍କୁଲ ପରିଦର୍ଶନ ସମୟରେ ବିଦ୍ୟାଳୟ ପରିସର ସଫା ସୁତୁରା, ସବୁଜିକରଣ ଓ ପ୍ଳାଷ୍ଟିକ ମୁକ୍ତ ଅଛି କି ନାହିଁ ତଦାରଖ କରିବାକୁ ନିଷ୍ପତିି ନିଆଯାଇଥିଲା । ଜିଲା ସ୍ତରୀୟ ଏକ କମିଟି ଗଠନ କରାଯାଇ ଏ ବିଷୟରେ ତଦାରଖ କରାଯିବ । ମେଳା ଓ ଯାନିଯାତ୍ରା ମାନଙ୍କରେ ପରିବେଶକୁ ପ୍ରଦୁ୍ୟଷଣମୁକ୍ତ କରିବାପାଇଁ ସମ୍ପୃକ୍ତ ଯାନିଯାତ୍ରା କମିଟି ଏବଂ ସଂପୃକ୍ତ ଅଂଚଳର ବ୍ଳକ ପ୍ରଶାସନ ସହିତ ଏ ସମ୍ୱନ୍ଧରେ ଆଲୋଚନା କରାଯିବ । ପ୍ରତି ମାସରେ ସଂପୃକ୍ତ ବ୍ଳକର ଉକôୃଷ୍ଟ ପରିବେଶ ବଜାୟ ରଖିଥିବା ଗୋଟିଏ ବିଦ୍ୟାଳୟକୁ ବ୍ଳ୍କ ଉନ୍ନୟନ ଅଧିକାରୀଙ୍କ ସୁପାରିଶ କ୍ରମେ ମିଳିତ ଜନ ଶୁଣାଣି ଦିବସରେ ଉକ୍ତ ବିଦ୍ୟାଳୟକୁ ଜିଲାପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଅନ୍ୟ ବିଦ୍ୟାଳୟ ମାନଙ୍କୁ ପରିବେଶ ସ୍ୱଛତା ପାଇଁ ପ୍ରେରଣା ପ୍ରଦାନ କରାଯିବ । ଜିଲା ପରିବେଶ ସମିତିକୁ ସୁଦୃଢ କରାଯିବା ପାଇଁ ଅଧିକରୁ ଅଧିକ ଆଜୀବନ ସଭ୍ୟ/ସଭ୍ୟା ଯୋଗଦାନ ପାଇଁ ଅଭିଯାନ ଚାଲୁ ରହିବ । ଆଜିର ବୈଠକରେ ସ୍ଥାୟୀ ସଦସ୍ୟ ଭାବେ ମୁଗୁପାଳ ଊଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ନେହମୟୀ ଜେନା, ମହାବୀର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତିିକ ଚନ୍ଦ୍ର ସାହୁ, ନବଭାରତୀ ଊଚ୍ଚ ବିଦ୍ୟାଳୟର ଗିରିଶ ଚନ୍ଦ୍ର ମିଶ୍ର, ବିରଜା ମହିଳା ମହାବିଦ୍ୟାଳୟର ସଂଜୟ ସାମଲଙ୍କୁ ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ସ୍ଥାୟୀ ସଦସ୍ୟ/ସଦସ୍ୟା ଭାବେ ଗ୍ରହଣ କରାଗଲା । ଅନୁରୂପ ଭାବେ ବିଷ୍ଣୁ ଚରଣ ସାହୁ, ବନ୍ଦନା ପଣ୍ଡା, ପାବକ ମହାପାତ୍ର, ଊମାକାନ୍ତ ପରିଡାଙ୍କୁ ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଜିଲା କୃଷି ଅଧିକାରୀ ଶ୍ରୀ ଉଦିପ୍ତ କୁମାର ତ୍ରିପାଠୀ, ପ୍ରକଳ୍ପ ନିର୍ଦ୍ଧେଶକ, ଜଳଛାୟା ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ତହସିଲଦାର, ସୁକିନ୍ଦା, ଦମୟନ୍ତୀ ସାହ, ପ୍ରଧାନ ଶିକ୍ଷକ ଶ୍ରୀ ଆର୍ଯ୍ୟ ନାରାୟଣ ପଣ୍ଡା, ସ୍ୱେଛାସେବୀ ସଂଗଠନ, ଲୋକ ବିକାଶ ତଥା ମାଷ୍ଟର ଟ୍ରେନର, ଡିଆଇଏମସି, ସେକ୍ ଅବ୍ଦୁଲ ସଫିକ, ପ୍ରଦୁ୍ୟଷଣ ନିୟନ୍ତ୍ରଣ କର୍ତୃପକ୍ଷ, କଳିଙ୍ଗନଗର ଊପ-ପରିବେଶ ଯନ୍ତ୍ରୀ ଶ୍ରୀ ମହେଶ୍ୱର ବେହେରା, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲା ପରିବେଶ ସମିତି ଯୁଗ୍ମ ସଚିବ ଶ୍ରୀ ମଳୟ କୁମାର ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *