ବିିପ୍ଳବୀ ଜନନେତା ଲୋକନାଥ ଚୌଧୁରୀ ଙ୍କ ସ୍ମୃତିସଭା

ଭୁବନେଶ୍ୱର,୧୨/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବିପ୍ଳବୀ ଜନନେତା, ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ପୂର୍ବତନ ସମ୍ପାଦକ, ୩ ଥର ବିଧାୟକ, ୨ଥର ସାଂସଦ କମ୍ରେଡ ÿଲୋକନାଥ ଚୌଧୁରୀ ଙ୍କ ରାଜ୍ୟ ସ୍ତରୀୟ ସ୍ମୃତିସଭା ଆଜି ସଂଧ୍ୟାରେ ଭଗବତୀ ଭବନର ଲୋକନାଥ ସଭା କକ୍ଷରେ ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ଲୋକନାଥ ଚୌଧୁରୀଙ୍କ ସଂକ୍ଷିପ୍ତ ଜୀବନୀର ସୂଚନା ଦେଇ ତାଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିଥିଲେ । ପାର୍ଟିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଲୋକନାଥ ଚୌଧୁରୀ କିଭଳି ଏକ କ୍ଷୁଧା ବିହୀନ ଓଡ଼ିଶା ଗଠନ ହେବ, ତାହାର ଦୂରଦୃଷ୍ଟି ରଖି ଏରସମା , କୁଜଙ୍ଗ ଓ ମହାକାଳପଡ଼ା ର ଚାଷୀ ଆନ୍ଦୋଳନ ଚଳାଇବା ସହିତ କଳାହାଣ୍ଡି-ବଲାଙ୍ଗିର-କୋରାପୁଟ ର ସନ୍ତାନ ଜନ୍ମ ଦେଇଥିବା ମା’ ଭୋକ ବିକଳରେ ନିଜର ସନ୍ତାନ ବିକ୍ରୀ ଘଟଣାକୁ ସଂସଦରେ ଉତ୍ଥାପନ କରିବା ସହ ‘କେବିକେ’ ପ୍ରତିଷ୍ଠା ପାଇଁ ସଂସଦରେ ଦୀର୍ଘ ୯ ଦିନ ଅନଶନର ସୂଚନା ଦେଇ ଦାବି ହାସଲ କରିଥିବା ପ୍ରୟାତ ସାଥୀ ଙ୍କ ରାଜନୈତିକ ମାର୍ଗ ଅନୁସରଣ ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ ।

ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଦେଶର ସାମ୍ପ୍ରଦାୟିକ ଏକଛତ୍ର ବାଦୀ ନୀତିକୁ ମୁକାବିଲା ପାଇଁ ବ୍ୟାପକ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ରାଜ୍ୟ ସହ-ସମ୍ପାଦକ କ୍ଷୀରୋଦ ସିଂହଦେଓ, ଜୟନ୍ତ ଦାସ, ବିଜୟ ଜେନା, ପ୍ରଫେସର ଅମିୟ ମହାନ୍ତି, ପ୍ରଫେସର ଅଶୋକ ପଟ୍ଟନାୟକ, ବିଜୟ ମହାନ୍ତି, ପ୍ରଫୁଲ୍ଲ ତ୍ରିପାଠୀ, ରଞ୍ଜିତ ମହାପାତ୍ର, ବସନ୍ତ ପାଇକରାୟ, ରମେଶଚନ୍ଦ୍ର ପାଢ଼ୀ, ସୁରଜେନା ପ୍ରମୁଖ ସ୍ମୃତିଚାରଣ କରିଥିଲେ । ଆସନ୍ତା ମେ ୧୯ ତାରିଖ ସଂଧ୍ୟାରେ ତାଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ‘ଲୋକମତ’ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସୂଚନାଭବନ ଠାରେ ଅନୁଷ୍ଠିତ ହେବବୋଲି ସୂଚନା ଦିଆଯଇଥିଲା ।

Leave a Reply

Your email address will not be published. Required fields are marked *