ସିପିଆଇର ପରିବର୍ଦ୍ଧିତ ଜିଲା କମିଟି ବୈଠକ

କେନ୍ଦ୍ରାପଡା, ୦୫/୦୧/୨୦୨୫ (ଓଡ଼ିଶା ସମାଚାର)- ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପରିବର୍ଦ୍ଧିତ ଜିଲା କମିଟି ବୈଠକ ଗୋପଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାର୍ଟିର ରାଜ୍ୟ ସଂପାଦକ ଆଶିଷ କାନୁନଗୋ ମୁଖ୍ୟ ଅତିଥି ଓ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଜୟନ୍ତ ଦାସ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇଥିଲେ । ଚଳିତ ବର୍ଷ ପାର୍ଟିର ବର୍ଷ ବ୍ୟାପି ଶତବାର୍ଷିକ ଉତ୍ସବ ପାଳନ କରାଯାଉଥିବାରୁ ପାର୍ଟିର ଗୌରବମୟ ଐତିହ୍ୟ ଓ ଜନଗଣଙ୍କ ସ୍ୱାର୍ଥରେ ଦୀର୍ଘ ସାଲିସ ହୀନ ସଂଗ୍ରାମର ଇତିହାସ ଜନଗଣଙ୍କ ମଧ୍ୟକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ ଆସନ୍ତା ଜାନୁଆରୀ ୨୯ ତାରିଖରେ କ୍ରୁଷକ ମାନଙ୍କ ସମସ୍ୟା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ସମାବେଶ ସଂଗଠିତ କରିବାକୁ ଘୋଷଣା କରାଯାଇଥିଲା । ଜିଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ସହସମ୍ପାଦକ ଆଦିକନ୍ଦ ରାଉଳ, ବିକାଶ ଚନ୍ଦ୍ର ବେଉରା, ଶ୍ରୀଚରଣ ସାମଲ, ନିରଞ୍ଜନ ଦାସ, ହରେକୃଷ୍ଣ ମାଝୀ, ରମେଶ ଚନ୍ଦ୍ର ନାୟକ, ପ୍ରଦୀପ ବେହେରା ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଶେଷରେ ସଂଯୁକ୍ତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published. Required fields are marked *