ଭୁବନେଶ୍ୱର, ୬/୮/୨୦୨୪ (ଓଡ଼ିଶା ସମାଚାର)- ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଭାରତ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ବିକଶିତଓଡ଼ିଶା ଏବଂ ବିକଶିତଭାରତ ଲକ୍ଷ୍ୟ ହାସଲ ନିମନ୍ତେ ରାଜ୍ୟର ଭିଜନ୍ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ ଏହି ପରିପ୍ରେକ୍ଷୀରେ ଓଡ଼ିଶା ଆସିଥିବା ନୀତିଆୟୋଗର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀବି.ଭି.ଆର. ସୁଭ୍ରମଣ୍ୟମ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବଙ୍କ ସହିତ ଆଜିବିସ୍ତୃତ ଆଲୋଚନା କରିଛନ୍ତି।
ବୈଠକରେ ବିକଶିତ ଭାରତରର ସ୍ୱପ୍ନକୁ ସାକାର କରିବାରେ ରାଜ୍ଯ କିପରି ପ୍ରମୁଖ ଭୂମିକା ଗ୍ରହଣ କରିବ ସେ ସଂପର୍କରେ ଆଲୋଚନା ହୋଇଥିଲା। ସବୁ ବିଭାଗର ସମନ୍ୱୟରେ ଏହି ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ। ସାମାଜିକ କ୍ଷେତ୍ରରେ ଉନ୍ନତି ସହ ଓଡ଼ିଶାର ସଂଖ୍ୟାବହୁଳ ଜନଜାତି ବର୍ଗର ବିକାଶ ପାଇଁ ଅଧିକ ଗୁରୁତ୍ବ ପ୍ରଦାନ କରାଯିବ। ସେହିପରି ବୃହତ ସହରାଞ୍ଚଳ କ୍ଲଷ୍ଟର, ଶିକ୍ଷାଗତ ଢାଞ୍ଚା ପରିବର୍ତ୍ତନ, ନିରନ୍ତର ବିକାଶ କାର୍ଯ୍ୟକ୍ରମ ସହ ଜନସାଧାରଣ ଭଲଭାବେ ବଞ୍ଚିବା ଓ ଭଲ ରୋଜଗାର ଉପରେ କାର୍ଯ୍ୟ ଖସଡା ପ୍ରସ୍ତୁତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ।