ଶ୍ରୀ ବଳଦେବ ଜୀଉ ଙ୍କ ଗଜ ଉଦ୍ଧାରଣ ବେଶ

କେନ୍ଦ୍ରାପଡ଼ା,୧୨/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ସୋମବାର ଗଜ ଉଦ୍ଧାରଣ ବେଶ କରାଯାଇଛି । ଆଜି ବୈଶାଖ ପୂର୍ଣ୍ଣମୀରେ ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଗଜ ଉଦ୍ଧାରଣ ବେଶ ଭକ୍ତମାନଙ୍କୁ ବେଶ ଆମୋଦିତ କରିଥିଲା । ଶ୍ରୀଜୀଉଙ୍କ ସନ୍ଧ୍ୟା ନୀତି ସମ୍ପନ୍ନ ପରେ ଏହି ବେଶ କରାଯାଇଥିଲା ।

ଶ୍ରୀଜଗନ୍ନାଥଙ୍କ ପାଖରେ ପକ୍ଷୀରାଜ ଗରୁଡ଼ ବିରାଜ ମାନ ଅଛନ୍ତି । ତାଙ୍କ କାନ୍ଧରେ ମହାଲକ୍ଷ୍ମୀ ଓ ନାରାୟଣ ବସିଛନ୍ତି । ନାରାୟଣଙ୍କ ହସ୍ତରେ ଶଙ୍ଖଚକ୍ର ଗଦାପଦ୍ମ ରହିଛି । ଏଭଳି ସଜ୍ଜିତ ବେଶରେ ହସ୍ତୀ କୁମ୍ଭୀରକୁ ସାମିଲ କରାଯାଇ ଗର୍ଭ ଗୃହ ଚଟାଣରେ କୃତି୍ରମ ଜଳବନ୍ଦୀ ବଡ଼ ସାଇତି ସେବାୟତଙ୍କ ଦ୍ୱାରା କରାଯାଇଥିଲା ।

ଏହି ବେଶ ସଂପୂର୍ଣ୍ଣ ଗର୍ଭ ଗୃହରେ ସୀମିତ ଥିବାରୁ ଭକ୍ତମାନଙ୍କୁ ଗର୍ଭଗୃହ ମଧ୍ୟକୁ ପ୍ରବେଶ ଉପରେ କଟକଣା କରାଯାଇଥିଲା । ଫଳରେ ଭୋଗ ମଣ୍ଡପ ନିକଟରୁ ଭକ୍ତମାନେ ଶ୍ରୀଜୀଉଙ୍କ ଏହି ଦୁର୍ଲଭ ଗଜ ଉଦ୍ଧାରଣ ବେଶକୁ ଦର୍ଶନ କରିବାର ସୁଯୋଗ ପାଇଥିଲେ । ଏହାପରେ ଶ୍ରୀଜୀଉଙ୍କ ରାତ୍ର ଧୂପ ପଣା ପଖାଳ ଲାଗି ଶେଷହେବା ପରେ ବଡ଼ସିଂହାର ବେଶ କରାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ରାତ୍ର ଏଗାରଟା ବେଳକୁ ପହୁଡ଼ ପଡ଼ିଥିଲା ।

Leave a Reply

Your email address will not be published. Required fields are marked *