ଆଦର୍ଶ ଶିକ୍ଷକ ମିର ସାମସୁଲ ହକ୍ ଙ୍କୁ ଶକ୍ଷକ ଗୌରବ ସମ୍ମାନ- ୨୦୨୫

ଗରଦପୁର,୧୨/୦୫/୨୦୨୫(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ନିକଟସ୍ଥ ମଧୁବାବୁ ପାଠାଗାର ପରିସରରେ ବଟକୃଷ୍ଣ ସ୍ମାରକୀ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ ଗରଦପୁର ବ୍ଲକ୍ ର ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ ୧ ଗ୍ରେଡ଼୍ ରେ ଉତିର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ୬ ଜଣ ଶିକ୍ଷକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ୬ ଜଣ ଶିକ୍ଷକଙ୍କ୍ ମଧ୍ୟରେ ଅନ୍ୟତମ ଆଦର୍ଶ ଶିକ୍ଷକ ତଥା ବହୁଭାଷି କବି ତଥା ତଳକୁସୁମା ଗୋବିନ୍ଦପୁର ସରକାରୀ ଉଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମିର ସାମସୁଲ ହକ୍ ଙ୍କୁ ପୁଷ୍ପ ଗୁଛ, ମାନପତ୍ର ଓ ଉତରୀୟ ପ୍ରଦାନ କରାଯାଇ ଶକ୍ଷକ ଗୌରବ ସମ୍ମାନ- ୨୦୨୫ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମଧୁବାବୁ ପାଠାଗାର ସଭାପତି ତଥା ସାମ୍ବାଦିକ ନବଘନ ନାୟକ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଗରଦପୁର ବ୍ଲକ୍ ବିଡ଼ିଓ ଆଲୋକ ରଂଜନ ସେଠି , ବିଶିଷ୍ଟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠି ଓ ସମ୍ମାନୀତ ଅତିଥି ଭାବେ ନୋଡ଼ାଲ ଇନଚାର୍ଯ ମଳୟ କୁମାର ପାଣି ପ୍ରମୁଖ ଯୋଗଦେଇଥିଲେ । ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାରଦା ପାଣି ଓ ସମାଜସେବୀ ନରୋତମ ପରିଡ଼ା ବକ୍ତବ୍ୟ ରଖିଥିବାବେଳେ ଗୀତିକବି କୁଂଜ ବିହାରୀ ପାଣି ଓ ଯୁବ କବି ତଥା ଶିକ୍ଷକ ସାମସୁଲ ହକ୍ ଙ୍କ ଦେଶାତ୍ମବୋଧକ ସଙ୍ଗିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଗୌରାଙ୍ଗ ଚରଣ ରଥ, ନବାବ କୁମାର ପଣ୍ଡା, ତ୍ରିଲୋଚନ ବିଶ୍ୱାଳ, ଘନଶ୍ୟାମ କାପ, ଡ଼ ବିଚିତ୍ରା ମଂଜରୀ ତ୍ରିପାଠି, ଜ୍ଞାନରଂଜନ ବିଶୋଇ, ତ୍ରେଲୋକ୍ୟ ନାଥ ଲେଙ୍କା ପ୍ରଭାତ କୁମାର ପରିଡ଼ା , ଶିକ୍ଷକ ଅବଧୁତ ରାଉତ ପ୍ରମୁଖ ଉପସ୍ଥିତ ଥିବାବେଳେ ଶିକ୍ଷକ ଅନାଦି ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଦର୍ଶ ଶିକ୍ଷକ ତଥା ବହୁଭାଷି କବି ତଥା ତଳକୁସୁମା ଗୋବିନ୍ଦପୁର ସରକାରୀ ଉଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମିର ସାମସୁଲ ହକ୍ ଗରଦପୁର ବ୍ଲକ୍ ତେଣ୍ଡାକୁଡ଼ା ପଂଚାୟତ ତଥା ତେଣ୍ଡାକୁଡ଼ା ର ବାସୀନ୍ଦା ଅଟନ୍ତି ।

Leave a Reply

Your email address will not be published. Required fields are marked *