ପ୍ରହରାଜପୁର: ଦକ୍ଷିଣ ସାଇଲୋ ମଲ୍ଲିକ ସାହିକୁ ରାସ୍ତା ନାହିଁ 

କଟକ ସଦର,୧୨/୦୫/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ /ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ଦକ୍ଷିଣ ସାଇଲୋ ମଲ୍ଲିକ ସାହିକୁ ରାସ୍ତାର ସୁବିଧା ନଥିବା ରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇ ଆସୁଛି। ପ୍ରକାଶ ଯେ ଏଠାରେ ବସବାସ କରୁଥିବା ଲୋକମାନେ ଗମନାଗମନ ପାଇଁ ରାସ୍ତା ର ସୁବିଧା ନଥିବାରୁ ଵର୍ଷା ଦିନେ ଘରୁ ଵାହାରି ପାରୁନଥିବା ଜଣାପଡିଛି।

ରାସ୍ତା ଟି ଗ୍ରାମ ପଞ୍ଚାୟତ ଦଖଲରେ ଥିବା ରାଜସ୍ୱ ନଥିରୁ ଜଣାପଡ଼ିଥିବା ବେଳେ କିଶନନଗର ତହସିଲଦାର ଏହା ଉପରେ ରାସ୍ତା କରାଇନଦେବା କେଉଁ ସ୍ୱ।ର୍ଥରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ରାସ୍ତା ର ଦୂରାବସ୍ଥା ସମ୍ପର୍କରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସରଜମିନ ପରିଦର୍ଶନ କରିଥିଲେ ବି ରାସ୍ତା ର ଉନ୍ନତି କରଣ ପାଇଁ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ରେ‌ ଅଟକି ରହିଛି।

ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମର କୈଳାସ ମଲ୍ଲିକ, ଶତୃଘ୍ନ ମଲ୍ଲିକ, ରମେଶ ମଲ୍ଲିକ,ବଟ ମଲ୍ଲିକ,ଅରଖ୍ୟ ମଲ୍ଲିକ, କରୁଣାକର ମଲ୍ଲିକ ପ୍ରମୁଖ ଜିଲ୍ଲା ପ୍ରଶାସନ ଠାରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *