କିଶନନଗର ଠାରେ କଟକ ସଦର ଯୁବ ପରିଷଦ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା 

କଟକ ସଦର, ୧୧/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାରତୀୟ ଜବାନ ମାନଙ୍କ ର ମନୋବଳ ବଢ଼ାଇବା ସକାଶେ ଆଜି ରବିବାର ଅପରାହ୍ନରେ କଟକ ସଦର ଯୁବ ପରିଷଦ ପକ୍ଷରୁ କିଶନନଗର ଠାରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଯୁବ ସଂଗଠକ ଇଂ ସତ୍ୟସିଦ୍ଧାନ୍ତ ଦାଶ ଙ୍କ ନେତୃତ୍ଵରେ ସଚେତନ ନାଗରିକମାନେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶୋଭାଯାତ୍ରାରେ ଵାହାରି କିଶନନଗର ବଜାର ପରିକ୍ରମଣ କରି ଓଡ଼ିଶା ର ପ୍ରଥମ ରାଜଵନ୍ଦୀ ରାଜକୃଷ୍ଣ ବୋଷ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶୋଭାଯାତ୍ରା ଶେଷ କରିଥିଲେ।

 

Leave a Reply

Your email address will not be published. Required fields are marked *