ମା’ କାଲୁଣୀ ଦେବୀ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା 

ଭୁବନ ୨୪/୦୨/୨୦୨୬ (ଓଡ଼ିଶା ସମାଚାର)- ଭୁବନର ଗ୍ରାମ ଦେବୀ ମା’ କାଲୁଣୀ ଦେବୀ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ଆରମ୍ଭ ହୋଇଯାଇଛି । ସୁବ୍ରତ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଓ ତାଙ୍କ ପତ୍ନୀ ସୁପ୍ରଭା ସାହୁ କର୍ତ୍ତା ଭାବେ ଯୋଗଦେଇଥିଲେ । ସକାଳ ୯ ଘଟିକା ସମୟରେ ଶୁଭ ଅଙ୍କୁରାରୋପଣ ପରେ ପୂର୍ବାହ୍ନ ୧୦ ଘଟିକରେ ରେ ରାମ ମନ୍ଦିର ନିକଟସ୍ଥ ବେଣାଗାଡିଆ ରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତ କଳସ ଶୋଭାଯାତ୍ରାରେ ନଗର ପରିକ୍ରମା କରି ମା’ କାଲୁଣୀ ଦେବୀ ଙ୍କ ପୀଠରେ ପହଞ୍ଚି ଘଟ ସ୍ଥାପନ କରିଥିଲେ ।

ପରେ ଶାଳା ଶୋଭନ ମଣ୍ଡଳାଦିକରଣ କରାଯାଇଥିଲା । ରାତ୍ର ସମୟରେ ଅଗ୍ନି ସ୍ଥାପନ ଓ ମୁଖ୍ୟ ଦେବୀ ଙ୍କ ପୂଜାନୀତି ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ୨୫ ତାରିଖ ସୂର୍ଯ୍ୟ ପୂଜା, ଗୋ ପୂଜନ,ଗୁରୁ ପୂଜନ,ମଣ୍ଡଳଦି ପୂଜା ଓ ମା ଙ୍କ ଷୋଡଶ ଉପଚାର ପୂଜା , ହବନ ,ଚଣ୍ଡିପୂଜା ଓ ସନ୍ଧ୍ୟାରେ ସ୍ନାନଧି ବିଧି ,ଶୟନ ବିଧି ଅନୁଷ୍ଠିତ ହେବ । ୨୬ ତାରିଖ ମା’ କାଲୁଣୀ ଠାକୁରାଣୀ ଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ।

ଏହି ଅବସରରେ ଆଜି ମଙ୍ଗଳବାର ମା ଙ୍କ ପୀଠରେ ଅଷ୍ଟ ପ୍ରହର ନାମଯଜ୍ଞ ର ଶୁଭ ଅଧିବାସ ମଧ୍ୟ ଆରମ୍ଭ ହୋଇଛି । ତିନି ଦିନିଆ ମନ୍ଦିର ପ୍ରତିଷ୍ଠା,ବିଗ୍ରହ ସ୍ଥାପନ ଓ ଅଷ୍ଟ ପ୍ରହର ନାମ ଯଜ୍ଞ ରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିବା ବେଳେ ସୁବ୍ରତ ସାହୁ ଙ୍କ ସମେତ ସୋମନାଥ ମହାରଣା ,ପ୍ରମୋଦ ଗୁରୁ,କୃଷ୍ଣଚନ୍ଦ୍ର ସାହୁ,ଦିବାକର ବେହେରା,ନରେନ୍ଦ୍ର ବେହେରା,ରମେଶ ଚନ୍ଦ୍ର ଗୁରୁ,ଗୌରାଙ୍ଗ ଗୁରୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *