ଯାଜପୁର ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଯାଜପୁର, ୧୪/୯/୨୦୨୪ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ତା ୧୪.୦୯.୨୦୨୪ ରିଖ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ କୋର୍ଟ ରେ ଥିବା ବିଭିନ୍ନ ପ୍ରକାରର ବିଚାରଧୀନ ମକର୍ଦ୍ଧମା ମୋଟ ୬୪୨ ଗୋଟି ଫଇସଲା ହୋଇଛିା ସେଥି ମଧ୍ୟରୁ ୪୪୨ ଗୋଟି ଫୌଜଦାରୀ, ୨୮ ଗୋଟି ମଟର ଦୁର୍ଘଟଣା ଜନିତ ମାମଲା, ୧୪୬ ଗୋଟି ଦେୱାନୀ ଏବଂ ୨୬ ଗୋଟି ପାରିବାରିକ କଳହ ମକଦ୍ଧମା ଫଇସଲା କରାଯାଇ ମୋଟ ଟ.୬,୬୬,୯୧,୩୬୯/- ଙ୍କା ଜୋରିମାନ ଆଦାୟ କରାଯାଇଛି । ରାଜସ୍ୱ ବିଭାଗର ୯୭୭୯ ଟି ରାଜସ୍ୱ ମାମଲା ବିଚାର କରାଯାଇ ମୋଟ ଟ. ୫,୯୮,୯୦୮/-ଙ୍କା ରାଜସ୍ୱ ଆଦାୟ କରାଯାଇଛି । ଶ୍ରମ ବିଭାଗର ମୋଟ ୨ ଗୋଟି ମାମଲା ଫଇସଲା କରାଯାଇ ମୋଟ ଟ.୧୩,୬୫,୫୩୦/-ଙ୍କା ଆଦାୟ କରାଯାଇଛି । ୩ ଗୋଟି ଖାଉଟି ବିବାଦର ଫଇସଲା କରାଯାଇ ମୋଟ ଟ.୨୩,୦୦୦/- ଙ୍କା ଜୋରିମାନ ଆଦାୟ କରାଯାଇଛି ।ଏତଦ୍ବ୍ୟତୀତ ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ମୋଟ ୫୦ ଗୋଟି, ବିଦ୍ୟୁତ ବିଭାଗର ମୋଟ ୧୮ ଗୋଟି, ସାଧାରଣ ଉପଯୋଗୀ ସେବା ଜନିତ ୧ ଗୋଟି ଏବଂ ୩ ଗୋଟି ଟେଲିଫୋନ ସମ୍ବନ୍ଧୀୟ ପା୍ରକ ବିଚାରଧିନ ମାମଲା ଫଇସଲା କରାଯାଇ ମୋଟ ଟ. ୨୦,୧୫,୨୮୪/-ଙ୍କା ମଧ୍ୟ ଆଦାୟ କରାଯାଇଛି ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିଲେ । ଏହି ରାଷ୍ଟ୍ରିୀୟ ଅଦାଲତରେ ଯାଜପୁର ଜିଲ୍ଲାର ପରିବାର ଅଦାଲତର ବିଚାରପତି ଶ୍ରୀଯୁକ୍ତ ଗୁଣ୍ଡିଚା ସାମନ୍ତସିଂହାର, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ସୁନିଲ କୁମାର ଦାସ, ମୁଖ୍ୟ ବିଚାର ବିଭାଗିୟ ଅଧିକାରୀ ଶ୍ରୀଯୁକ୍ତ ସର୍ବେଶ୍ୱର ଦାସ, ବରିଷ୍ଟ ଦୈୱାନୀ ବିଚାରପତି ଶ୍ରୀଯୁକ୍ତ ସତ୍ୟପ୍ରକାଶ ରାୟ ଚୌଧରୀ, ଅତିରିକ୍ତ ବରିଷ୍ଟ ଦୈୱାନୀ ବିଚାରପତି ଶୀ୍ରମତୀ ମନସ୍ୱିନୀ ରଥ, ରେଜିଷ୍ଠାର ଶୀ୍ର ମାନସ ରଂଜନ ସାମନ୍ତରାୟ, ବରିଷ୍ଟ ଦୈୱାନୀ ବିଚାରପତି (ଏଲ. ଆର ଏବଂ ଏଲ. ଟି. ଭି) ଶ୍ରୀମତୀ ଲୋପାମୁଦ୍ରା ବେହେରା, ଏସ୍. ଡ଼ି.ଜେ.ଏମ. ଶୀ୍ରମତୀ ଇଫସିତା ନନ୍ଦ, ଦେୱାନୀ ବିଚାରପତି ଶ୍ରୀ ପାରସ ପାଢୀ, ଏବଂ ଜେ. ଏମ.ଏଫ୍.ସି ଶ୍ରୀମତୀ ଅନୁଶୟା ଜେନା ଅଂଶ ଗ୍ରହଣ କରି ବିଭିନ୍ନ ମକର୍ଦ୍ଧମା ଗୁଡ଼ିକ ଫଇସଲା କରିଥିଲେ ।

Leave a Reply

Your email address will not be published. Required fields are marked *