ନିରାକାର ପୁର, ୨୪/୧୧/୨୦୨୩ (ଓଡ଼ିଶା ସମାଚାର)-: ଗାଁର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ସେଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା.ତେବେ ଗ୍ରାଉଣ୍ଡ ଜିରୋରେ କିଭକି ହେଉଛି ବିକାଶ କାର୍ଯ୍ୟ ତାହାକୁ ପରଖିବା ପାଇଁ ବିଭନ୍ନ ସଚିବ ମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରିଛନ୍ତି । ସଚିବ ମାନେ ମାସକୁ ମାସ ଜିଲ୍ଲା ଗସ୍ତ କରି ଗାଁ ର ବିକାଶ ପ୍ରଖିବେ । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ନୋଡାଲ ଅଫିସର ଭାବେ ନିଯୁକ୍ତି ପାଇଥିବା ହିଳା ଶିଶୁ ବିକାଶ ସଚିବ ଶୁଭ ଶର୍ମା ଆଜି ଦିନିକିଆ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଗସ୍ତ କରିଛନ୍ତି। ଦିନିକିଆ ଗସ୍ତ କରି ବିଭିନ୍ନ ଅଙ୍ଗନ ବାଡ଼ି କେନ୍ଦ୍ର ଗସ୍ତ କରିବା ସହ ରାଜ୍ୟସରକାଙ୍କ 5 ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ସ୍କୁଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ପ୍ରଥମେ ଟାଙ୍ଗୀ ବ୍ଲକ ରାମେଶ୍ୱର ପଞ୍ଚାୟତ ଗସ୍ତ କରିଥିଲେ । ରାମେଶ୍ୱ ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ର ସହ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହା ପରେ ଲେଣ୍ଡୋ ପଞ୍ଚାୟତ ର 5 ଟି ସ୍କୁଲ ପରିଦର୍ଶନ କରିଥିଲେ।5 ଟି ସ୍କୁଲ ପରିଦର୍ଶନ କରିବା ବେଳେ ବିଦ୍ୟାଳୟ ରେ ଥିବା ଇ ଲାଇବ୍ରେରୀ,ସ୍ମାର୍ଟ କ୍ଲାସ ପରିଦର୍ଶନ କରି ପିଲା ମାନଙ୍କ ସହ ଆଲୋଚନା କରିଛନ୍ତି। ତା ସହ 5 ଟି ଯୋଜନା ରେ ହୋଇଥିବା ସ୍କୁଲ କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସଚିବ ଶୁଭ ଶର୍ମା। ସଚିବ ଶୁଭ ଶର୍ମା ଙ୍କ ସହ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ବାଦଲ ମହନ୍ତି,ଟାଙ୍ଗୀ ବିଡ଼ିଓ ରେସ୍ମା ଟେଟେ ପ୍ରମୁଖ ରହିଥିଲେ। ଏହି ଅବସରରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା,ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା,ଜିଲ୍ଲା ପରିଷଦ ସଦସ୍ୟ ବିଜୟକୁମାର ପାଲଟାସିଂ ସଚିବଙ୍କୁ ସ୍ୱାଗତ କରିଥିଲେ।
ଖୋର୍ଦ୍ଧା ଜିଲ୍ଲା ନୋଡାଲ ଅଫିସର ମହିଳା ଶିଶୁ ବିକାଶ ସଚିବ ଶୁଭ ଶର୍ମାଙ୍କ ରାମେଶ୍ବର ଓ ଲେଣ୍ଡୁ ପରିଦର୍ଶନ
