ବେପରୁଆ କାର ଧକ୍କାରେ ଟ୍ରଲି ଚାଳକ ଗୁରୁତର,କାର ଚାଳକ ଅଟକ

କଟକ ସଦର ,୧୩ /୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – କଟକ –ପାରାଦୀପ (କନ୍ଦରପୁର-ପାରାଦୀପ) ରାଜ୍ୟ ରାଜପଥ ର  କିଶନନଗର ଥାନା ଅନ୍ତର୍ଗତ ସୋମପୁର ତତଲାପଡା ମଧ୍ୟରେ ରବିବାର ପୂର୍ବାହ୍ନରେ ଏକ ବେପରୁଆ କାର ଧକ୍କାରେ ଜଣେ ଟ୍ରଲି ଚାଳକ ଗୁରୁତର ଆହାତ ହୋଇ ଚିକିତ୍ସା ପାଇଁ ବଡ଼ ଡ଼ାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି। ପ୍ରକାଶ ଯେ ଉକ୍ତ ଥାନା ଅନ୍ତର୍ଗତ ଥୋରିଆପଡା ଗ୍ରାମର ଜନୈକ ଟ୍ରଲି ଚାଳକ କୁନା ଦାସ ଟ୍ରଲି ନେଇ ସୋମପୁର ଆଡ଼କୁ ଆସୁଥିବା ବେଳେ ପଛରୁ ଓଡି ୦୫ କେ ୫୦୧୦ କାର ଦୃତଗାମୀ କାର ବେପରୁଆ ଭାବେ ଧକ୍କା ଦେଇଥିଲା। ଟ୍ରଲି ଚାଳକ ଗୁରୁତର ଆହାତ ହୋଇ ରାସ୍ତାରେ ପଡ଼ିଥିବା ବେଳେ କାର ଚାଳକ ଦୂର୍ଘଟଣା ସ୍ଥଳରୁ ପଳାଇ ଯାଇଥିଲା। ଲୋକମାନେ ଗୋଡ଼ାଇ ଗୋଡ଼ାଇ ଦୂର୍ଘଟଣା ଘଟାଇଥିବା କାର ଚାଳକ ବିରିଡ଼ି ଥାନା ଅନ୍ତର୍ଗତ ଶିଵପୁର ଶଙ୍କରପୁରର ରାଜେଶ ସ୍ୱାଇଁକୁ ଧରି ପୋଲିସ ଜିମା ଦେଇଥିଲେ। ଆହତ କୁନା ଦାସଙ୍କୁ ପ୍ରଥମେ ରଘୁନାଥପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଦୂର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହିତ ଚାଳକକୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *