ପାଟକୁରା୧୨/୦୪/୨୦୨୫ (ଓଡିଶା ସମାଚାର )-ଆଜି ଚୈତ୍ର ପୁର୍ଣିମାରେ ଗରଦପୁର ବ୍ଳକ ବେଡାରୀ ଗ୍ରାମରେ ଥିବା କୈବର୍ତ୍ତ ପରିବାରରେ ଚଇତି ପର୍ବ ପାଳନ ହୁଏ ଓ଼ ସେମାନେ ବାସୁଲେଇ ଠାକୁରଙ୍କୁ ପୂଜା କରନ୍ତି । ସୁସଜିତ କାଠ ଘୋଡ଼ାକୁ ସେମାନେ ବାସୁଲେଇ ଠାକୁର ଭାବେ ବୈଦିକ ରୀତିରେ ବ୍ରାହ୍ମଣଙ୍କ ଦ୍ୱାରା ପୂଜାପାଠ କରାଇ ହୋମ କରି ପୂଜା କରନ୍ତି । ପ୍ରତ୍ୟୁଷରୁ ପରିବାରର ସମସ୍ତ ସଦସ୍ୟ ନିତ୍ୟକର୍ମ ସାରି ବାସୁଳାଇଙ୍କୁ ପବିତ୍ର ଗଙ୍ଗା ଜଳରେ ସ୍ନାନ କରାଇ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ବସ୍ତ୍ରରେ ଠାକୁରଙ୍କୁ ସଜାଇ ଦେଇ ପ୍ରସାଦ ଲାଗି କରାନ୍ତି ।
ଆଜି ଦିନରେ ସମସ୍ତେ ନୂତନବସ୍ତ୍ର ପିନ୍ଧନ୍ତି । ଘରେ ଘରେ ନାନା ପ୍ରକାରର ପୀଠ। ପ୍ରସ୍ତୁତ ହୁଏ । ଗ୍ରାମରେ ଥିବା ସାଇ ପଡିଶା ଙ୍କୁ ଘରକୁ ଡାକି ଖାଦ୍ୟ ପେୟରେ ଅପାୟିତ କରାନ୍ତି । ବାସୁଳେଇଙ୍କ ପାଖରେ ଭଜନ କୀର୍ତନ ହୁଏ । ଏହି ପର୍ବ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଗ୍ରାମର ଅକ୍ଷୟ ବେହେରା ସୂଚନା ଦେଇଛନ୍ତି । ଏହି ପର୍ବ ତାଙ୍କ ଜାତିର ଶ୍ରେଷ୍ଠ ପର୍ବ ବୋଲି ଅକ୍ଷୟ ସୂଚନା ଦେଇଛନ୍ତି । ସେ ମଧ୍ୟ ତାଙ୍କ ଘରେ ଚଇତି ପର୍ବ ପାଳନ କରୁଛନ୍ତି । ଗରଦପୁର ବ୍ଲକ ଅଂଚଳରେ ଥିବା ସମସ୍ତ ଗ୍ରାମରେ କୈବର୍ତ୍ତ ପରିବାରରେ ଏହି ପର୍ବ ମହାଆଡମ୍ବରରେ ପାଳନ କରାଯାଉଛି ।
