କେନ୍ଦ୍ରାପଡ଼ା,୦୯/୦୫/୨୦୨୫ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସହର ଥାନା ଅନ୍ତର୍ଗତ ଇନ୍ଦାଳୋଠାରେ ଗତ ୪ ତାରିଖରେ ଗୁଳିକାଣ୍ଡ ହୋଇଥିଲା। ଏହି ଗୁଳିକାଣ୍ଡରେ ଅପରାଧୀଙ୍କୁ ଧରିବାକୁ ଜିଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।
ଏହି କ୍ରମରେ ଗୁରୁବାର ବିଳମ୍ବିତ ରାତିରେ ଟାଉନ ଥାନା ଅନ୍ତର୍ଗତ ସହରର ଦିଲାରପୁରର ସେକ ଓ୍ବାସିମ୍ ଙ୍କ ଘର ଉପରେ ଚଢ଼ାଉ ହୋଇଥିଲା। ଏହି ସମୟରେ ଘର ମଧ୍ୟରେ ଥିବା ୩ଗୋଟି ବନ୍ଧୁକ ଓ ୭୦ ଟି ଜୀବନ୍ତ ଗୁଳି ଜବତ ହୋଇଛି। ତେବେ ଚଢ଼ାଉ ପୂର୍ବରୁ ଘର ମାଲିକ ଓ୍ବାସିମ୍ ଫେରାର ହୋଇଯିବାକୁ ସଫଳ ହୋଇଛନ୍ତି। ଘରର ଜଣେ ମହିଳା ସଦସ୍ୟଙ୍କୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି।