ପ୍ରଶାସନିକ ଅଧିକାରୀଙ୍କ ପତ୍ନୀ ବିୟୋଗ

କେନ୍ଦ୍ରାପଡ଼ା, ୦୮/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ପ୍ରଶାସନିକ ଅଧିକାରୀ ମନୋରଞ୍ଜନ ଦାସଙ୍କ ଧର୍ମପତ୍ନୀ ସ୍ନେହଲତା ଦାସଙ୍କ ୫୯ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ବାସଭବନରେ ବିୟୋଗ ହୋଇଯାଇଛି । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ଏକମାତ୍ର ଝିଅ ସ୍ମରଣିକା, ସ୍ୱାମୀ ମନୋରଞ୍ଜନଙ୍କ ସମେତ ପରିବାର ପରିଜନ ଉପସ୍ଥିତ ଥିଲେ । ସେ ଜଣେ ମିଷ୍ଟଭାଷୀ, ଧର୍ମପରାୟଣା, ଉଦାରମନା ମହିଳା ଥିଲେ । ତାଙ୍କ ବିୟୋଗରେ ଭରତପୁର ପଂଚାୟତରେ ଶୋକରଛାୟା ଖେଳିଯାଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତୁରା ରତିରଞ୍ଜନ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *