ଭୁବନେଶ୍ୱର,୦୧/୦୮/୨୦୨୫ (ଓଡ଼ିଶା ସମାଚାର)- ଅଗଷ୍ଟ ୧୬ ତାରିଖ ଠାରୁ ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୋସିଆଲ ସାଇଟ୍ ଏକ୍ସରେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ବି-ମାନ:ବିଲ୍ଡିଂ ମ୍ୟାନେଜମେଂଟ ଅଫ୍ ଆଭିଏସନ୍ ଆସେଟସ୍ ଆଣ୍ଡ ନେଟୱର୍କ ବ୍ୟବସ୍ଥା ଅନ୍ତର୍ଗତ । ଏହି ବିମାନ ଚଳାଚଳ ସୁବିଧା ରାଜ୍ୟରେ ଯାତ୍ରୀ ପରିବହନ, ଶିଳ୍ପ ଅଭିବୃଦ୍ଧି, ପର୍ଯ୍ୟଟନ ବିକାଶ ସହ ଯୋଗାଯୋଗ କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି କରିବ ।
୧୬ରୁ ଝାରସୁଗୁଡାକୁ ଉଡ଼ିବ ବିମାନ
