ଯାଜପୁର ଜିଲ୍ଲାରେ ବାତ୍ୟା “ଦାନା” ପ୍ରଭାବ ଜନିତ ପରିସ୍ଥିତି  ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

ଯାଜପୁର, ୨୫/୧୦/୨୦୨୪ (ଓଡ଼ିଶା ସମାଚାର)-ସାମୁଦ୍ରିକ ବାତ୍ୟା’ ଦାନା ‘ପ୍ରଭାବ ରେ ଯାଜପୁର ଜିଲ୍ଲା ରେ ପବନ ଓ ବର୍ଷା ଗତକାଲି ଠାରୁ ଲାଗିରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାତାର ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଦିଆଯାଉଛି। ଜିଲ୍ଲା ଜରୁରୀ ବିଭାଗରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (୦୬୭୨୮-୨୨୨୬୪୮) ଖୋଲା ଯାଇଛି। ଆଜି ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ମୌଳିକ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ। ଆଭାସୀ ମାଧ୍ୟମରେ ବି.ଡି.ଓ ଓ ତହସିଲଦାର ମାନଙ୍କ ସହିତ ସ୍ଥାନାନ୍ତରିତ ଲୋକମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଯେଉଁମାନଙ୍କର କଚ୍ଚା ଘର, କିମ୍ବା ଘରର ଅବସ୍ଥା ଠିକ୍ ନାହିଁ ସେମାନଙ୍କୁ ଆଶ୍ରୟସ୍ଥଳୀରୁ ନଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା କାଲି ପର୍ଯ୍ୟନ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ। ତହସିଲଦାର ମାନଙ୍କ ଟିମ୍ ଅଞ୍ଚଳ ପରିଦର୍ଶନ କରି ଆବଶ୍ୟକତା ଥିବା ଲୋକମାନଙ୍କୁ ପଲିଥିନ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। କୃଷି ବିଭାଗ ସୂଚନା ଅନୁଯାୟୀ ଜିଲ୍ଲାରେ ୧୪୦୨୦ ହେକ୍ଟର ଧାନ ଜମି, ୩୩୦୬ ହେକ୍ଟର ଅଣଧାନ, ୩୪୦ ହେକ୍ଟର ଉଦ୍ୟାନ କୃଷି (ପନିପରିବା) ଏହିପରି ମୋଟ ୧୭,୬୬୬ ହେକ୍ଟର ଜମି ବର୍ଷା ଜଳ ଦ୍ଵାରା ପ୍ରଭବିତ ହୋଇଛି। ଜିଲ୍ଲାରେ ୧୮,୩୪୧ ଟି ନଳକୂପ କାର୍ଯ୍ୟକ୍ଷମ ଅଛି। ୫୦୦୦ ଲିଟର ୧୬ ଟି ଟ୍ୟାଙ୍କର ମଧ୍ୟରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ୫୩ ଟି ପି.ଭି.ସି. ଟ୍ୟାଙ୍କ ଭେଇକିଲ୍ ମାଧ୍ୟମରେ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଆବଶ୍ୟକ ସ୍ଥଳେ ଯୋଗାଇ ଦିଆଯାଉଛି। ୪୬୪ ଟି ପାଇପ ୱାଟର ସପ୍ଲାଏ  ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ଅଛି। ୭୯ ଟି ଡିଜି ସେଟ୍ ପାୱାର ବ୍ୟାକ ଅପ ପାଇଁ ମହଜୁଦ ରହିଛି। ୨୫ ତାରିଖ ଅପରାହ୍ନ ୩.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା ପ୍ରଭାବରେ ଜିଲ୍ଲାର ୧୦ ଟି ବ୍ଲକ୍ ୩୧୧ ଟି ପଞ୍ଚାୟତର ୧୨୧୧ ଟି ଗାଁ ପ୍ରଭାବିତ ହୋଇଛି। ୧୦,୩୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ଅପରାହ୍ନ ସୁଦ୍ଧା ୫୮,୭୧୦ ଜଣ  ଲୋକଙ୍କୁ ୬୧୪ ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି।  ସେମାନଙ୍କ ମଧ୍ୟରୁ ବୟସ୍କ ୪୬,୯୬୮ ଜଣ ଏବଂ ଶିଶୁ ୧୧,୭୪୨ ଜଣ। ଜିଲ୍ଲାରେ ୪୨୫ ଟି ରିଲିଫ୍ ସେଣ୍ଟର୍ ରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ୨ ଦିନ ପାଇଁ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ କରିବାକୁ ଅନୁମୋଦନ ହୋଇଛି। କୌଣସି ଲୋକ ମୃତାହତ ହୋଇ ନଥିବାବେଳେ ୩ ଟି ସ୍ଥାନରେ ଗଛ ଭାଙ୍ଗି ପଡିଛି। ୫୮୭୭ ଟି ଗୋରୁ ଗାଈ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୨୨୭୦ ବଡ଼ ପ୍ରାଣୀ ଓ ୧୬୦୭ ଟି କ୍ଷୁଦ୍ର ପ୍ରାଣୀ ଅଛନ୍ତି। ବାତ୍ୟା ପ୍ରଭାବରେ ୩୭୬ ଟି କଚ୍ଚା ଘର ଅଳ୍ପ ପରିମାଣ ରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩ ଟି କଚ୍ଚା ଘର ସଂପୂର୍ଣ୍ଣ ରୂପେ କ୍ଷତି ଗ୍ରସ୍ତ ହୋଇଛି।ତନ୍ମଧ୍ୟରୁ ବରୀ ବ୍ଲକରେ ୧ ଟି, ବିଂଝାରପୁର ବ୍ଲକରେ ୩ ଟି, ଦଶରଥପୁର ବ୍ଲକରେ ୪ ଟି, ଯାଜପୁର ବ୍ଲକରେ ୧ ଟି ଏବଂ ରସୁଲପୁର ବ୍ଲକରେ ୧ ଟି କଚ୍ଚା ଘର କ୍ଷତି ଗ୍ରସ୍ତ ହୋଇଛି। ଆଜି ଅପରାହ୍ନ ୩.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୫୨ କୁଇଣ୍ଟାଲ୍ ଚୂଡ଼ା, ୧ କୁଇଣ୍ଟାଲ ଗୁଡ଼, ୫୦ ଟି ପଲିଥିନ ରୋଲ୍ ବଣ୍ଟନ କରାଯାଇଛି। ଜିଲ୍ଲାରେ ୨୦ ଟି ମେଡିକାଲ ଟିମ୍ ଓ ୧୦ ଟି ପ୍ରାଣୀ ସଂପଦ ଟିମ୍ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି।ବାତ୍ୟା ପ୍ରଭାବରେ ଜିଲ୍ଲାରେ ବର୍ଷାର ପରିମାଣ ଯାଜପୁର ବ୍ଲକରେ ୬୦ ମି.ମି., ବିଂଝାରପୁର ବ୍ଲକରେ ୬୦ ମି.ମି., ଦଶରଥପୁର ବ୍ଲକରେ ୫୫ ମି.ମି., ଦାନଗଦି ବ୍ଲକରେ ୨୫ ମି.ମି., ରସୁଲପୁର ବ୍ଲକରେ ୩୫.୨ ମି.ମି., ଧର୍ମଶାଳା ବ୍ଲକରେ ୪୦ ମି.ମି., ବଡ଼ଚଣା ବ୍ଲକରେ ୩୭ ମି.ମି., ବରୀ ବ୍ଲକରେ ୫୨ ମି.ମି., କୋରେଇ ବ୍ଲକରେ ୨୬.୨ ମି.ମି. ରହିଥିବାବେଳେ  ସୁକିନ୍ଦା ବ୍ଲକରେ ବର୍ଷାର ପରିମାଣ ୩ ମି.ମି. ରହିଛି।

Leave a Reply

Your email address will not be published. Required fields are marked *